BREAKING
Loading...
:

କଳିଙ୍ଗଟିଭି ପ୍ରତିନିଧି ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ସହାୟତାରେ ମିଳିଲା ତୃତୀୟ ମୃତକଙ୍କ ପରିଚୟ

 କଳିଙ୍ଗଟିଭି ପ୍ରତିନିଧି ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ସହାୟତାରେ ମିଳିଲା ତୃତୀୟ ମୃତକଙ୍କ ପରିଚୟ 



ଦଶପଲ୍ଲା (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଟାକରା ନିକଟସ୍ଥ ଅସନିବେରେଣା ରାସ୍ତାରେ ଗତକାଲି ହୋଇଥିବା ସଡ଼କ ଦୃଘଟଣାରେ ୩ ଜଣଙ୍କ ପ୍ରାଣ ହରାଇଥିବା ବେଳେ ୨ଜଣଗୁରୁତର ହୋଇ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଥିମଧ୍ୟରୁ ୨ଜଣ ମୃତକଙ୍କ ପରିଚୟ ମିଳିପାରିଥିବା ବେଳେ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ତୃତୀୟ ଲୋକର ପରିଚୟ ମିଳିପାରିନଥିଲା। କିନ୍ତୁ ଆଜି ସନ୍ଧ୍ୟାରେ ଦଶପଲ୍ଲା କଳିଙ୍ଗଟିଭି ପ୍ରତିନିଧି ତୃତୀୟ ଲୋକର ପରିଚୟ ପାଇ ଦଶପଲ୍ଲା ଥାନା କୁ ଅବଗତ କରାଇବା ସହ ବିଭିନ୍ନ ଅନୁଷ୍ଠାନ ମାଧ୍ୟମରେ ମୃତକଙ୍କ ପରିବାର କୁ ଏ ସମ୍ପର୍କରେ ଜଣାଇଥିଲେ। ତୃତୀୟ ମୃତକ ଜଣକ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ମୋଚିସାହି ଅଂଚଳର ଅଜୟ ମେହେର ବୋଲି ଜଣାପଡ଼ିଛି। ପ୍ରିୟବ୍ରତଙ୍କ ଏଭଳି କାର୍ଯ୍ୟକୁ ବିଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଥିବା ଶୁଣିବାକୁ ମିଳିଛି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS