BREAKING
Loading...
:

ଖଣ୍ଡପଡ଼ାରେ ଶ୍ରମିକ ସଂଗଠନର ଶୋଭାଯାତ୍ରାର ବିକ୍ଷୋଭ ପ୍ରଦର୍ଶନ

 ଖଣ୍ଡପଡ଼ାରେ ଶ୍ରମିକ ସଂଗଠନର  ଶୋଭାଯାତ୍ରାର ବିକ୍ଷୋଭ ପ୍ରଦର୍ଶନ

 


ଖଣ୍ଡପଡ଼ା ୯|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ସମଗ୍ର ଦେଶବ୍ୟାପୀ ଧର୍ମଘଟ ପାଇଁ ଶ୍ରମିକ ସଂଗଠନ ଗୁଡ଼ିକ ଭାରତର ବନ୍ଦ ଆନ୍ଦୋଳନଡାକରାଦେଇଥି‌ଲା।

ଏପରି ପେକ୍ଷିରେ ଭାରତର ବନ୍ଦ ଡାକରା କୁ ସଫଳ କରିବା ପାଇଁ ଖଣ୍ଡପଡ଼ା ଅଞ୍ଚଳ ର ଶ୍ରମିକ ସଂଗଠନ ଗୁଡ଼ିକ ରାଜରାସ୍ତାକୁ ଓହ୍ଲାଇ ବୁଧବାର ହରତାଳ କରିଥିବା ଜଣାପଡିଛି। ଶ୍ରମିକ ସଂଗଠନ ର ସଦସ୍ୟ ପାଚିକା ସହାୟିକା ମାନେ ୧୭ ଦଫା ଦାବି ପୂରଣ ନେଇ ଏକ ବିଶାଳ ସୋଭା ଯାତ୍ରା ରେ ଖଣ୍ଡପଡ଼ା ସହର ପରିକ୍ରମା କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ରାଜ୍ୟ ସରକାର ଶ୍ରମିକ ମାନଙ୍କ ର ନ୍ୟାର୍ଯ୍ୟ ଦାବି ଗୁଡ଼ିକ ପୂରଣ ଦିଗରେ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଆହୁରି ଜୋରଦାର କରାଯିବ ବୋଲି ବିଭିନ୍ନ ଶ୍ରମିକ ସଂଗଠନ ର ନେତା ମାନେ ଚେତାବନୀ ଦେଇଛନ୍ତି।୧୭ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟସରକାର ଙ୍କ ଉଦ୍ୟମରେ ଖଣ୍ଡପଡ଼ା ବିଡ଼ିଓ ଙ୍କୁ ପ୍ରଦାନ କରାଯାଇଥିଲା ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS