BREAKING
Loading...
:

ସ୍କୁଲ ନିକଟରେ ୧୨ ବର୍ଷର ନାବାଳିକାଙ୍କ ଗୋଡ଼ ହାତ ବାନ୍ଧି ଦୁଷ୍କର୍ମ ଅଭିଯୋଗ।

 ସ୍କୁଲ ନିକଟରେ ୧୨ ବର୍ଷର ନାବାଳିକାଙ୍କ ଗୋଡ଼ ହାତ ବାନ୍ଧି ଦୁଷ୍କର୍ମ ଅଭିଯୋଗ


ସ୍କୁଲ ନିକଟରେ ୧୨ ବର୍ଷର ନାବାଳିକାଙ୍କ ଗୋଡ଼ ହାତ ବାନ୍ଧି ଦୁଷ୍କର୍ମ ଅଭିଯୋଗ। ପୁଣି ଏକ ଦୁଷ୍କର୍ମ, ସେ ପୁଣି ଜଣେ ନାବାଳିକାକୁ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋଳନ୍ଥରାରେ। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ଗୋଳନ୍ଥରା ଥାନା ଅଞ୍ଚଳର ଜଣେ ନାବାଳିକା ସ୍କୁଲ ଯାଇଥିଲେ। ସ୍କୁଲ ନିକଟରେ ଥିବା ଏକ ଜାମୁ କୋଳି ଗଛରୁ କୋଳି ଖାଇବାକୁ ଯାଇଥିଲେ। ଏହି ସମୟରେ ନାବାଳିକାଙ୍କ ଗ୍ରାମର ଜଣେ ଯୁବକ ତାଙ୍କୁ ସ୍କୁଲ ଠାରୁ କିଛି ଦୂରକୁ ନେଇଯାଇଥିଲେ। ସେଠାରେ ନାବାଳିକାଙ୍କ ହାତ ଗୋଡ଼ ବାନ୍ଧି ଦୁଷ୍କର୍ମ କରିଥିଲେ। ଏନେଇ ନାବାଳିକା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ପୀଡ଼ିତା ଓ ତାଙ୍କ ପରିବାର ଗୋଳନ୍ଥରା ଥାନାରେ ଆସି ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ତେବେ ଅଭିଯୁକ୍ତକୁ ଗିରଫ କରିଛି ଗୋଳନ୍ଥରା ପୋଲିସ।

ମଣିଭଦ୍ରା ଖବର,କଟକ

Post a Comment

أحدث أقدم
Header ADS