BREAKING
Loading...
:

ଖଣ୍ଡପଡ଼ା ତହସିଲ କାର୍ଯ୍ଯାଳୟ ଛାତ ଉପରେ ଉଠିଛି ଗଛ, ଅନାବନା ଘାସ

 ଖଣ୍ଡପଡ଼ା ତହସିଲ କାର୍ଯ୍ଯାଳୟ ଛାତ ଉପରେ ଉଠିଛି ଗଛ, ଅନାବନା ଘାସ                             



   ଖଣ୍ଡପଡ଼ା ୮/୭ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ତହସିଲ କାର୍ଯ୍ଯାଳୟ ଛାତ ଉପରେ ଅନାବନା ଘାସ ଲତା ଓ ଏକ ଜରି ଗଛ ଉଠିଥିଲେ ହେଁ ସେଥିପ୍ରତି କର୍ତ୍ତୃପକ୍ଷଙ୍କ ନିଘା ନଥିବା ପରି ମନେ ହେଉଛି। ପ୍ରତିବର୍ଷ  ଖଣ୍ଡପଡ଼ା ତହସିଲ କାର୍ଯ୍ଯାଳୟର ମରାମତି ଓ ରକ୍ଷଣାବେକ୍ଷଣ ବାବଦରେ ପୂର୍ତ୍ତବିଭାଗ ଜରିଆରେ ଲକ୍ଷଲକ୍ଷ ଟଙ୍କା ବ୍ଯୟ ହେଉଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି। ମାତ୍ର ତହସିଲ କର୍ତ୍ତୃପକ୍ଷଙ୍କ ଅଣଦେଖା ଯୋଗୁଁ ବର୍ଷା ରୁତୁରେ ତହସିଲ କାର୍ଯ୍ଯାଳୟର ଛାତ ଉପରେ ଘାସଲତା ଓ ଗଛ ଉଠି ଛାତରୁ ପାଣି ଗଳୁଥିବା ଜଣାପଡିଛି। ଫଳରେ ସମୟାନୁକ୍ରମେ ତହସିଲ କାର୍ଯ୍ଯାଳୟର ଛାତ ଦୁର୍ବଳ ହେବାର ଆଶଙ୍କା ପ୍ରକାଶ ପାଇଛି। ଏଥିପ୍ରତି ଖଣ୍ଡପଡ଼ା ତହସିଲଦାର ଓ କାର୍ଯ୍ଯାଳୟର କର୍ମଚାରୀମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS