BREAKING
Loading...
:

ଚିନ୍ତା ବଢ଼ାଇଛି ପରିତ୍ୟକ୍ତ ସରନାଳ

 ଚିନ୍ତା ବଢ଼ାଇଛି ପରିତ୍ୟକ୍ତ ସରନାଳ



ଖଣ୍ଡପଡ଼ା ୨୭|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ): ଖଣ୍ଡପଡା ବ୍ଲକ ଅଧିନ ସିଧାମୂଳା ପଞ୍ଚାୟତ ଅଧିନ ଅକୁରାବନ୍ଧ ଗ୍ରାମ ଠାରେ ଅବସ୍ଥିତ ସରନାଳର ପୁନରୁଦ୍ଧାର ଦିଗରେ ପ୍ରଶାସନ ପଦକ୍ଷେପ ନେଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ଏକଦା ଏହି ସରନାଳଟିରେ ଆଖପାଖ ଅଞ୍ଚଳର  ବାସିନ୍ଦାମାନେ ସ୍ନାନ ,ଶୌଚାଦି ଆଦି ନିତ୍ୟକର୍ମ  ସାରୁଥିବା ବେଳେ ଏକର ,ଏକର ଚାଷ ଜମିରେ ଫସଲପାତି ହୋଇ ପାରୁଥିଲା। ଖାଲି ସେତିକି ନୁହେଁ ସରନାଳରୁ   ମାଛ ମାରି ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀ ପରିବାରଗୁଡିକ ଗୁଜୁରାଣ ମେଣ୍ଟାଇ ପାରୁଥିଲେ  । ମାତ୍ର ଏବେ ସମୟ ବଦଳି ଯାଇଛି। ଦୀର୍ଘବର୍ଷ ହେଲା ରକ୍ଷଣାବେକ୍ଷଣର ଅଭାବ ଓ ପଙ୍କଉଦ୍ଧାର କାର୍ଯ୍ଯ ହୋଇନଥିବାରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ଏହି ସରନାଳଟି । ପାଣି ଉପରେ ଅନାବନା ଦଳ, ଘାସର ଏକ ଆସ୍ତରଣ ଜମିରହିଛି । ଫଳରେ ସରନାଳଟି ଦୁରରୁ ଏକ ଖେଳପଡ଼ିଆର ଭ୍ରମ ସୃଷ୍ଟି କରୁଛି ।ମଶା, ମାଛି ,ଡ଼ାଉଁଶଙ୍କ ଅନ୍ତୁଡ଼ିଶାଳ ପାଲଟିଥିବା ଏହି ସରନାଳର ପୁନରୁଦ୍ଧାର ଦିଗରେ ଖଣ୍ଡପଡ଼ା ବ୍ଲକ  ପ୍ରଶାସନ ନତୁବା ଲୋକ ପ୍ରତିନିଧିମାନେ ଧ୍ୟାନ ଦେଉ ନଥିବାରୁ ସିଧାମୂଳା ପଞ୍ଚାୟତବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ସରନାଳର ପୁନରୁଦ୍ଧାର ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କ ଡ୍ରେନେଜ ବିଭାଗ ଦୃଷ୍ଟି ଦେବାକୁ  ସିଧାମୂଳା ପଞ୍ଚାୟତବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS