BREAKING
Loading...
:

ଅଧାରେ ଅଟକିଛି ପରିବା ମଣ୍ଡି ନିର୍ମାଣ କାର୍ଯ୍ଯ

 ଅଧାରେ ଅଟକିଛି ପରିବା ମଣ୍ଡି 

ନିର୍ମାଣ କାର୍ଯ୍ଯ 



ଖଣ୍ଡପଡ଼ା ୩୦|୭ ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ସହରର ୧୩ ନଂ ୱାର୍ଡ ଅଧୀନ ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ନିର୍ମାଣଧୀନ ପରିବା ମଣ୍ଡି ଓ ଗାର୍ଡୱାଲ ନିର୍ମାଣ କାର୍ଯ୍ଯ ଅଧାରେ ଅଟକିଥିବା ଜଣାପଡିଛି। ଗତ ୧୮ ମାସ ତଳେ ଉକ୍ତ ପରିବା ମଣ୍ଡି ନିର୍ମାଣ କାର୍ଯ୍ଯ ଏନଏସି କର୍ତ୍ତୃପକ୍ଷଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିଲା। ୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଶାସନ ପକ୍ଷରୁ ନିର୍ମାଣଧୀନ ଏହି ପ୍ରକଳ୍ପ କାର୍ଯ୍ଯ ମନ୍ଥର ଗତିରେ ଚାଲିଥିବାରୁ ସହରବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି।ଏହି ପରିବା ମଣ୍ତି ନିର୍ମାଣ କାର୍ଯ୍ଯ ଶେଷ  ହେଲେ ଖଣ୍ଡପଡ଼ା ସହରର  ବ୍ୟବସାୟୀମାନେ ଉପକୃତ ହେବା ସହ ଦୈନିକ ମୁଖ୍ଯ ରାସ୍ତା ପାର୍ଶ୍ବରେ  ଆଉ ପରିବା ହାଟ ବସିବ ନାହିଁ ବୋଲି ଜଣାପଡିଛି। ରାସ୍ତା ପାର୍ଶ୍ବରେ ପରିବା ହାଟ ଯୋଗୁଁ ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏହାକୁ ନଜରରେ ରଖି ପରିବା ମଣ୍ଡି ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି।ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ପରିବା ମଣ୍ଡି ନିର୍ମାଣ କାର୍ଯ୍ଯ ଶେଷ ନିମନ୍ତେ ଏନଏସି ଅଧ୍ୟକ୍ଷା ଓ କାର୍ଯ୍ଯନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS