BREAKING
Loading...
:

ସମ୍ବଲପୁର ପବ୍ଲିକ ଲାଇବ୍ରେରୀରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ

 ସମ୍ବଲପୁର ପବ୍ଲିକ ଲାଇବ୍ରେରୀରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ



ସମ୍ବଲପୁର (ମଣିଭଦ୍ରା ଖବର) 


ସମ୍ବଲପୁର ପବ୍ଲିକ ଲାଇବ୍ରେରୀର ନିଜସ୍ୱ ପ୍ରେକ୍ଷାଳୟରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିରର ଅଷ୍ଟମ ସପ୍ତାହର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ  ଅହିଂସା ଉପରେ ଆଲୋକପାତ କରି ଡ଼. ମୀନକେତନ ପାଠୀ  ସାଧାରଣ ଜୀବନରେ ଅହିଂସାର ଆବଶ୍ୟକତା ଉପରେ ବିଭିନ୍ନ ଉଦାହରଣ ସହ ବୁଝେଇ ପିଲାଙ୍କୁ ହିଂସା ଠାରୁ ଦୂରେଇ ରହିବାକୁ ଉପଦେଶ ଦେଇଥିଲେ। ଦ୍ଵିତୀୟ ଅଧିବେଶନରେ ନିରନ୍ତର ବିକାଶ ଉପରେ ଆଲୋଚନା କରି ଇ.ସୁଶାନ୍ତ କୁମାର ଗୁରୁ ବିକାଶର ଵିଭିନ୍ନ ଦିଗ ଓ ଉତ୍ସ ଉପରେ ବକ୍ତବ୍ୟ ରଖି ସାମାଜିକ, ଅର୍ଥନୈତିକ ଓ ପ୍ରଦୂଷଣକୁ ଅକ୍ଷୁର୍ଣ୍ଣ ରଖି ଘରେ ଓ ବାହାରେ କିପରି ଆମେ ପରିବେଶକୁ ସୁସ୍ଥ ରଖିପାରିବ୍ବା ସେ ବିଷୟରେ ସୂଚନା ଦେଇ ଦଳଗତ ଆଲୋଚନା ମାଧ୍ୟମରେ ପିଲାଙ୍କୁ ସଚେତନ କରେଇଥିଲେ। କାର୍ଯ୍ୟକ୍ରମର ସଂଯୋଜକ ରାଜେନ୍ଦ୍ର ପଂଡା ଆରମ୍ଭରୁ ପିଲାଙ୍କୁ ମୌଳିକ ଇଂରାଜୀ ଶିକ୍ଷାପ୍ରଦାନ ସହ ସମସ୍ତ କର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ। ସମ୍ପାଦକ ରଘୁନାଥ ମିଶ୍ର, ପ୍ରୋ ଶଙ୍କର ପତି, ସେବକ ତ୍ରିପାଠୀ, ପୃଥ୍ୱୀରାଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଜୟ ସାହୁ ବୈଷୟିକ ସହାୟତା ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS