ଜନନେତା ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳିତ
ସମ୍ବଲପୁର (ମଣିଭଦ୍ରା ଖବର)
ଜମନକିରା ବ୍ଲକ ଭୋଜପୁରସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ 'ମୋ ଯୁବ ଭାରତ' ଅଧୀନରେ କାର୍ଯ୍ୟରତ ପୂର୍ବତନ ବ୍ଲକ ସ୍ଵେଚ୍ଛାସେବୀ ଶମ୍ଭୁନାଥ ସାହୁଙ୍କ ସଭାପତିତ୍ବରେ ଜନନେତା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ୟାମ ପ୍ରସାଦଙ୍କ କୃତିତ୍ୱ ଓ ଦେଶ ପ୍ରତି ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଫାର୍ମାସୀ ଅଫିସର ପ୍ରଦ୍ୟୁମ୍ନ କୁମାର ସେଠ୍ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ବନ ମହୋତ୍ସବ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ପ୍ରକୃତି ବନ୍ଧୁ ସୁବାସ ନାୟକ ଓ ଶମ୍ଭୁନାଥ ସାହୁଙ୍କ ପରିଚାଳନାରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment