BREAKING
Loading...
:

ବୁଗୁଡା କନ୍ୟାଶ୍ରମ ରେ ମେଗା ବନମହୋତ୍ସବ ପାଳିତ

 ବୁଗୁଡା କନ୍ୟାଶ୍ରମ ରେ ମେଗା ବନମହୋତ୍ସବ ପାଳିତ ।।



ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ବନମହୋତ୍ସବ ସପ୍ତାହ ଉପଲକ୍ଷେ ଆଦିବାସୀ ମଂଗଳ ବିଭାଗ ପରିଚାଳିତ ଦଶପଲ୍ଲା ବ୍ଳକ୍ ର ବୁଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ( ବୁଗୁଡା କନ୍ୟାଶ୍ରମ ) ପରିସରରେ ଆଜି  ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ବନ୍ୟପ୍ରାଣୀ ବନାଂଚଳ ( ପଶ୍ଚିମ ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୩୦୦ ଅନ୍ତେବାସୀ ଛାତ୍ରୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଥିଲେ ଓ ତାହାର ଯତ୍ନ ନେବାପାଇଁ ଵଦ୍ଧ ପରିକର ମଧ୍ୟ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ  ଯୋଗ ଦେଇଥିବା ବେଳେ, ବନପାଳ ରାଜ୍ କୁମାର ସତପଥି , ଦୀପ୍ତିରଂଜନ ଆଚାର୍ଯ୍ୟ, ଅଜୟ କୁମାର ସ୍ବାଇଁ ,ପୁଷ୍ପଲତା ପ୍ରଧାନ , ବନରକ୍ଷୀ ମଧୁସ୍ମିତା ନାୟକ ,ରୀନା ନାୟକ ପ୍ରଧାନ ଶିକ୍ଷୟିତ୍ରୀ  ନମିତା ସ୍ବାଇଁ  କଂ ପ୍ରତ୍ୟକ୍ଷ ତତ୍ବାବଧାନରେ  ଶତାଧିକ ବୃକ୍ଷ ରୋପଣ ହୋଇଥିଲା । ଏଥି ସମେତ ବୁଗୁଡା ଫରେଷ୍ଟ ସେକସନ୍ ର ସମସ୍ତ, ଓ୍ବାଚର୍ , ଶୀକାର ନିରୋଧି ବନ କର୍ମଚାରୀ ମାନେ ସହଯୋଗ କରିଥିଲେ  । ପ୍ରକାଶ ଥାଉକି ବନାଂଚଳ ଅଧିକାରୀ କଂ ନିର୍ଦ୍ଦେଶ କ୍ରମେଃ , ବୁଗୁଡା ସେକ୍ସନ ବନପାଳ ରାଜ୍ କୁମାର ଶତପଥୀଙ୍କ  ତତ୍ବାବଧାନରେ ବାଣିଗୋଛା ପଶ୍ଚିମ  ବନାଂଚଳ ର ବିଭିନ୍ନ ଆଦିବାସୀ ଗ୍ରାମରେ ଗୋଷ୍ଠୀ ସ୍ବାର୍ଥ ସୁରକ୍ଷା କାର୍ଯ୍ୟକ୍ରମ ସମେତ, ଜଂଗଲ ସୁରକ୍ଷା, ଅଗ୍ନି ନିର୍ବାପଣ,ବୃକ୍ଷରୋପଣ , ବନ୍ୟପ୍ରାଣୀ ସୁରକ୍ଷା  ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସଚେତନତା ସୃଷ୍ଟିକରି ସେକସନ ବନପାଳ ରାଜ୍ କୁମାର ଶତପଥି  ଓବନାଂଚଳ ଅଧିକାରୀ ସଂସାର ବର୍ଗୀଆ ବେଶ୍ ଜର୍ଚ୍ଚାରେ ରହିଛନ୍ତି ।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS