BREAKING
Loading...
:

ଭଜନ ସମାରୋହ ପାଇଁ ପ୍ରଚାର କରୁଥିବ ବେଳେ ଟଳିପଡ଼ିଲେ ବୃଦ୍ଧ

 ଭଜନ ସମାରୋହ ପାଇଁ ପ୍ରଚାର କରୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧ




ବେଲଗୁଣ୍ଠା (ମଣିଭଦ୍ରା ଖବର) ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜିରୋଳି ଗ୍ରାମରେ ମାନବ ସେବା ବୃଦ୍ଧା ଆଶ୍ରମ ତରଫରୁ ସ୍ଵର୍ଗତ ସୁମିତ୍ରା ବାରିକଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଅନୁଷ୍ଠିତ ହୋଇଥାନ୍ତା ଭଜନ ସମାରୋହ I ଏନେଇ ଏକ ସାଇକେଲ୍ ରେ ଜନୈକ ବୃଦ୍ଧ ପ୍ରଚାର କରୁଥିଲେ I ବୃଦ୍ଧ ଜଣଙ୍କ ଆଜି ନେଟଙ୍ଗାକୁ ପ୍ରଚାର ପାଇଁ ଆସିଥିବା ବେଳେ ଥକି ଯାଇ ନେଟଙ୍ଗା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ବସି ପଡିଥିଲେ I ସ୍ଥାନୀୟ ଯୁବ ସ୍ବେର୍ଚ୍ଚା ସେବି ପପୁ ଜେନା ତାଙ୍କୁ ପାଣି ପିଇବାକୁ ଦେବା ସହିତ ଖାଇବାକୁ ଯାଚିଥିଲେ I କିନ୍ତୁ ବୃଦ୍ଧ ଜଣଙ୍କ ଖାଇବାକୁ ମନା କରିଥିଲେ I କିଛି ସମୟ ପରେ ବୃଦ୍ଧ ଜଣଙ୍କ ସେଠାରେ ହିଁ ଟଳି ପଡିଥିଲେ I ପରେ ବୃଦ୍ଧ ଜଣଙ୍କ ଜିରୋଳି ଗ୍ରାମର ରବି ବାରିକ ବୋଲି ସୂଚନା ମିଳିଛି I ସେ ଦୀର୍ଘ ଦିନ ହେବ ନିଜ ଘରେ ମାନବ ସେବା କେନ୍ଦ୍ର ଖୋଲି ଅଞ୍ଚଳର ବୃଦ୍ଧ ,ବୃଦ୍ଧା ଏବଂ ଅନାଥ ବ୍ୟକ୍ତିଙ୍କର ସେମାନଙ୍କର ସେବା କରି ଆସୁଥିଲେ I ଆସନ୍ତା ମାସ ୧୫ ତାରିଖରେ ନିଜ ସ୍ତ୍ରୀ ସୁମିତ୍ରା ବାରିକଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଭଜନ ସମାରୋହ ଆୟୋଜନ କରିବାକୁ ପ୍ରଚାର କରୁଥିଲେ I ରବିଙ୍କ ମୃତ୍ୟୁ ଖବର ପାଇବା ପରେ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ I ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାର ତଦନ୍ତ କରୁଥିବା ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି I

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS