ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ
ଖଣ୍ଡପଡ଼ା ୨|୭(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହିସ୍ଥିତ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟରେ ୭୬ତମ ବନ ମହୋତ୍ସବ ବୁଧବାର ପାଳିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ଖଣ୍ଡପଡ଼ା ବନପାଳ ବନମାଳୀ ରାଉତ ଓ ସହ କର୍ମଚାରୀମାନେ ଛାତ୍ରଛାତ୍ରୀଙ୍କ ଗହଣରେ ଅନୁଷ୍ଠାନ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ। ଅତିଥି ଭାବେ ଖଳିସାହି ପଞ୍ଚାୟତ ସମିତିସଭ୍ଯା ଅତଶ୍ରୀ ବେହେରା ଯୋଗଦେଇ ବନ ମହୋତ୍ସବ ପାଳନର ମହତ୍ବ ସଂପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ।ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment