BREAKING
Loading...
:

କଟକ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ଅକାଳ ବିୟୋଗରେ ଶୋକ

 କଟକ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ଅକାଳ ବିୟୋଗରେ ଶୋକ



ବାଙ୍କୀ (ମାନସ ରଞ୍ଜନ ସାହୁ) କଟକ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ଗ୍ରନ୍ଥାଗାରିକ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଆକାଶ କୁମାର ମାଝୀଙ୍କ ଆଜି ପ୍ରାତଃ ସମୟରେ ହୃଦଘାତ ଯୋଗୁ ଅକାଳ ବିୟୋଗ ଘଟିଛି । ଶ୍ରୀ ମାଝୀ ୧୯୮୬ ମସିହା ନଭେମ୍ବର ୨୨ ତାରିଖରେ ସରକାରୀ ଚାକିରୀରେ ଯୋଗ ଦେଇଥିଲେ । ତାଙ୍କର ଅକାଳ ବିୟୋଗରେ ଆଜି କାର୍ଯ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋଙ୍କ ଅଧ୍ଯକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ପ୍ରାର୍ଥନା ସଭାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇ ତାଙ୍କର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।


ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS