ବିଶ୍ୱ ଯୁବ ଦକ୍ଷତା ଦିବସ '୨୦୨୫ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ
ରାୟଗଡ:- ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ଯୁବ ଦକ୍ଷତା ଦିବସ-୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଛାତ୍ର ଛାତ୍ରୀଙ୍କ ସହିତ ଜିଲ୍ଲାର ୧୦ ଗୋଟି ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ରୁଥିବା ପ୍ରାୟ ୨୦୦ ଜଣ ଛାତ୍ର ଛାତ୍ରୀ ଯୋଗ ଦାନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାମ ଚନ୍ଦ୍ର ନାହାକ , ସମ୍ମାନିତ ଅତିଥି ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡା ଏବଂ ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଜି. ଏମ, ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡା, ମୁଖ୍ୟ ବକ୍ତାଭାବରେ ଯୋଗ ଦାନ କରିଥିଲେ l ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନୟ କୁମାର ବସନ୍ତରାୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ| ମୁଖ୍ୟ ଅତିଥି ଶ୍ରୀ ନାହାକ ଛାତ୍ର ଛାତ୍ରୀ ମାନଂକୁ ଦକ୍ଷ ହୋଇ ସ୍ବରୋଜଗାର କ୍ଷମ ହେବା ସହିତ କୁଶଳୀ ହେବା ପାଇଁ ପରାମର୍ଶ ଦେଇଥିଲେ I ମୁଖ୍ୟ ବକ୍ତା ଶ୍ରୀ ସାହୁ ବୈଷୟିକ ଶିକ୍ଷା ଏବଂ ଏହାର ଉପାଦେୟତା ଉପରେ ଆଲୋକପାତ କରିଥିଲେ, ଅନ୍ୟ ଅତିଥି ବୃନ୍ଦ ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ
ଅନୁଷ୍ଟାନର ଟ୍ରେଡ଼ ଭିତିକ ଦକ୍ଷତା ପ୍ରଦର୍ଶନୀକୁ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀ ବୁଲି ଦେଖିଥିଲେ, l ମୁଖ୍ୟ ଅତିଥି ଙ୍କ ଦ୍ୱାରା ରୋଲ ମଡେଲ ସୁଶ୍ରୀ ରାନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା, ସର୍ବ ଶେଷ ରେ ଅନୁଷ୍ଠାନ ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା,
ତାଲିମ ଅଧିକାରୀ ଶ୍ରୀଯୁକ୍ତ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଶ୍ରୀ ସନ୍ତୋଷ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment