ଛାତ୍ରୀଙ୍କୁ ମାଡ ମାରିଥିବା ଅଭିଯୋଗ
ଶିକ୍ଷକ ନିଲମ୍ବିତ
ଖଣ୍ଡପଡ଼ା ୨୯|୭l୨୦୨୫:- ଖଣ୍ଡପଡ଼ା ସହରାଞ୍ଚଳସ୍ଥିତ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ଜଣେ ୭ ମ ଶ୍ରେଣୀର ଛାତ୍ରୀଙ୍କୁ ଶିକ୍ଷକ ରବିନାରାୟଣ ଗୋଛୀ ଗତ ୧୮ ତାରିଖରେ ଶ୍ରେଣୀ ଗୃହରେ ପାଠ ପଢାଉଥିବା ବେଳେ ମାଡ ମାରିଥିଲେ।ଫଳରେ ଛାତ୍ରୀ ଜଣକ ସଂଜ୍ଞାହୀନ ହୋଇ ପଡିଥିଲେ। ଛାତ୍ରୀଙ୍କ ପରିବାରବର୍ଗ ଘଟଣା ସଂର୍ପକରେ ଅବଗତ ହେବା ପରେ ସଂପୃକ୍ତ ବିଦ୍ୟାଳୟଳର ପ୍ରଧାନଶିକ୍ଷୟତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ସଂର୍ପକରେ ନୟାଗଡ ଜିଲ୍ଲାପାଳ , ଜିଲ୍ଲା ଶିକ୍ଷାଧିକାରୀ ଓ ଚାଇଲଡ ଲାଇନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନୟାଗଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କରଙ୍କ ସମେତ ଚାଇଲଡ ଲାଇନ କର୍ତ୍ତୃପକ୍ଷ ଉକ୍ତ ବିଦ୍ୟାଳୟଳରେ ପହଞ୍ଚି ଘଟଣା ସଂର୍ପକରେ ଖୋଳତାଡ କରିବା ସହ ବିଦ୍ୟାଳୟ କର୍ତୃପକ୍ଷ ଓ ଛାତ୍ରଛାତ୍ରୀମାନଙ୍କୁ ଘଟଣା ସଂର୍ପକରେ ପଚାରି ବୁଝିଥିଲେ। ଛାତ୍ରୀଙ୍କ ପରିବାରବର୍ଗଙ୍କ ଲିଖିତ ଅଭିଯୋଗ ଆଧାରରେ ଘଟଣାର ସତ୍ଯତା ଥିବା ନେଇ ପ୍ରଶାସନ ଅବଗତ ହେବା ପରେ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳର ଶିକ୍ଷକ ଶ୍ରୀ ଗୋଛିଙ୍କୁ କାର୍ଯ୍ଯରୁ ନିଲମ୍ବିତ କରାଯାଉଥିବା ଏ ସଂର୍ପକିତ ଚିଠାରୁ ଜଣାପଡିଛି।ଶିକ୍ଷକ ଶ୍ରୀ ଗୋଛୀ କାର୍ଯ୍ଯରୁ ନିଲମ୍ବିତ ହୋଇଥିବା ସମୟରେ ଖଣ୍ଡପଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟରେ ଉପସ୍ଥିତ ରହି କାର୍ଯ୍ଯ କରିବେ ବୋଲି ଏ ସଂର୍ପକିତ ନିର୍ଦ୍ଦେଶାନାମା ପତ୍ରରୁ ଜଣାପଡିଛି।ଏହି ଘଟଣା ଖଣ୍ଡପଡ଼ା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସୁନାମଧନ୍ଯ ପିଏମଶ୍ରୀ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟଳର ଗାରିମାରେ କଳଙ୍କ ଲାଗିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment