BREAKING
Loading...
:

ଅବସରକାଳୀନ ସମ୍ବର୍ଦ୍ଧନା ସଭା

 ଅବସରକାଳୀନ ସମ୍ବର୍ଦ୍ଧନା ସଭା 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ପାଣ୍ଡରାସିଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ଦାଶଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ବିନୋଦିନୀ ପଣ୍ଡା, ମୁଖ୍ୟବକ୍ତା ଗୀତା ରାଣୀ ବେହେରା, ସମିତି ସଭ୍ୟା ରଞ୍ଜିତା ବେହେରା,ମୋ ସ୍କୁଲ କମିଟିର ସଭାପତି ହରିହର ରାଉତ, ସିଆରସିସି ଶୁକଦେବ ରାଉତ,ଗ୍ରାମ ସଭାପତି ନାରାୟଣ ରାଉତ,ସ୍କୁଲ ପରିଚାଳନା କମିଟି ସଭାପତି ଦିବାକର ରାଉତ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିଜୟ କୁମାର ମହାରଣା, ପ୍ରଧାନଶିକ୍ଷକ ପ୍ରତାପ କୁମାର ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ସହକାରୀ ଶିକ୍ଷକ ସୁରେଶ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ । ଦୀର୍ଘ ୧୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଉକ୍ତ ବିଦ୍ୟାଳୟରେ ସେ ଶିକ୍ଷକତା କରୁଥିଲେ । ଜଣେ ସୁଲେଖିକା, ସଂଗଠିକା, ଛାତ୍ର ବତ୍ସଳ ତଥା ପରୋପକାରୀ ହିସାବରେ ସେ ବେଶ୍ ଜଣାଶୁଣା ଥିଲେ । ଶିକ୍ଷୟିତ୍ରୀଙ୍କ ଉତ୍ତମ ଶିକ୍ଷାଦାନ ସମ୍ପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ତରଫରୁ  ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ବିଦାୟୀ ଶିକ୍ଷୟତ୍ରୀଙ୍କୁ ଫାଇନାଲ ପେନସନ ପ୍ରଦାନ କରିଥିଲେ । ନିଟ୍ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ସୋନାଲି ରାଉତ ଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମବାସୀଙ୍କ ତରଫରୁ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କ ବାସଭବନରେ ଛାଡ଼ି ଦିଆଯାଇଥିଲା ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS