ଛତିଶଗଡରେ 'ଦାରୁଦେବତା'ର ବିତରଣୋତ୍ସବ
ସମ୍ବଲପୁର: (ମଣିଭଦ୍ରା ଖବର)
'ଦାରୁଦେବତା' ର ବିତରଣ ଉତ୍ସବ ପଡୋଶୀ ରାଜ୍ୟ ଛତିଶଗଡ଼ ଅନ୍ତର୍ଗତ ଯଶପୁର ଜିଲ୍ଲା ଦୋକଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଛତିଶଗଡ଼ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁଦେବ ସାଏ ଙ୍କ ଧର୍ମପତ୍ନୀ ଶ୍ରୀମତି କୌଶଲ୍ୟୀ ସାଏ ଯୋଗଦେଇ ଦାରୁଦେବତା' ସ୍ମରଣିକାକୁ ବଣ୍ଟନକରିବା ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଯଶପୁର ଜିଲ୍ଲା ବିଜେପି ଅଧ୍ୟକ୍ଷ ପୁରୋଷୋତ୍ତମ ସିଂ ଠାକୁର, ଆକାଶ ଗୁପ୍ତl, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କେଶ୍ୱର ଯାଦବ ଏବଂ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଶ୍ରୀବ୍ରଜ ଗିରିରାଜ ସେବା ଟ୍ରଷ୍ଟର ସଭାପତି ସୌରଭ ରଞ୍ଜନ ମହାପାତ୍ର ଯୋଗଦେଇ ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଦାରୁଦେବତା ପ୍ରକାଶନର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଆୟୋଜିତ ଉତ୍ସବରେ ଶ୍ରୀମତୀ ସାଏ ପତ୍ରିକାର ଉଚ୍ଚ ପ୍ରଶଂସା କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment