ଉପଖଣ୍ଡସ୍ତରୀୟ ଭାମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ , -
ମୟୂରଭଞ୍ଜ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ଆନୁକୂଲ୍ଯରେ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ମହତାବ ଭବନ ଠାରେ ଉପଖଣ୍ଡସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବାମନଘାଟୀ ଓ କରଂଜିଆ ଉପଖଣ୍ଡର ସମସ୍ତ ବ୍ଲକ ତଥା ରାଇରଙ୍ଗପୁର ମ୍ଯୁନିସିପାଲିଟି ଏବଂ କରଂଜିଆ ଏନଏସି ରୁ ୨୦୦ ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ରୋଗୀ ଆସି ସୁବିଧା ସୁଯୋଗ ଲାଭ କରିଥିଲେ l ଉକ୍ତ ଶିବିରଟି ସକାଳ ୧୦ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୪ ଘଟିକା ପର୍ଯ୍ଯନ୍ତ ଚାଲିଥିଲା l ଯଦ୍ବାରା ଲୋକେ ଚକ୍ଷୁ, କର୍ଣ୍ଣ, ନାସା, ଗଳା, ମାନସିକ, ଅସ୍ଥିଶଲ୍ଯ ଓ ଭେଷଜ ବିଭାଗର ଡାକ୍ତରଙ୍କର ପରାମର୍ଶ ନେଇଥିଲେ l ସୁଦୂର ବାରିପଦାରୁ ମନସ୍ତତ୍ବବିତ୍ ଡାକ୍ତର ଚନ୍ଦ୍ର ମୋହନ ନାୟକ, ମାନସିକ ବିଷେଷଜ୍ଞ ଡାକ୍ତର ଚୁନୁରାମ ସୋରେନ, ଅସ୍ଥିଶଲ୍ଯ ବିଶେଷଜ୍ଞ ମୋହନ ଚରଣ ମୁର୍ମୁ, କାନ ନାସା ଗଳା କନସୋଲଟାଣ୍ଟ ଡାକ୍ଟର ବି ଏନ ଦାସ, ଓଡିଅଲଜିଷ୍ଟ ମାନସ ରଂଜନ ନାୟକ, ରାଇରଙ୍ଗପୁର ରୁ ଭେଷଜ ବିଶେଷଜ୍ଞ ସାଗର ଚନ୍ଦ୍ର ନାୟକ, ଚକ୍ଷୁ ବିଶେଷଜ୍ଞ ସବିତା ମହାନ୍ତ ଓ ଚକ୍ଷୁ ସହାୟକ ଅମିତ କୁମାର ସେନାପତି ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ରୋଗୀମାନଙ୍କୁ ଦେଖାଶୁଣା କରିଥିଲେ l ରୋଗୀମାନଙ୍କ ଠାରୁ ଆବଶ୍ଯକ ଦସ୍ତାବିଜ ଗ୍ରହଣ କରି ପରୀକ୍ଷାନିରୀକ୍ଷା କରିଥିଲେ l କିନ୍ତୁ ଦେଖାଯାଇଥିଲା, କିଛି ରୋଗୀମାନଙ୍କର ଆବଶ୍ଯକ ପ୍ରମାଣପତ୍ର ଥିବା ସତ୍ତ୍ବେ ଭିନ୍ନକ୍ଷମ କାର୍ଡର ସୁବିଧାସୁଯୋଗ ପାଇବାକୁ ବାରମ୍ବାର ବ୍ଲକ ଅଫିସ ଯାଉଛନ୍ତି ବୋଲି ମନ୍ତବ୍ଯ ପ୍ରକାଶ କରିଥିଲେ l ସେମାନଙ୍କୁ ଆବଶ୍ଯକ ସାହାଯ୍ଯ କରାଯାଇଥିଲା l ଲୋକମାନଙ୍କର ସୁବିଧା ପାଇଁ ଭିନ୍ନକ୍ଷମ ରୋଗୀମାନଙ୍କର ପରାମର୍ଶ କରାଯାଉଥିବାରୁ ଲୋକମାନଙ୍କୁ ଅଯଥା ଖର୍ଚ୍ଚ ବହନ କରି ବାରିପଦା ଯିବାକୁ ପଡୁନାହିଁ l ସେମାନେ ନିଶ୍ଚିନ୍ତରେ ଭିନ୍ନକ୍ଷମ ରୋଗୀମାନଙ୍କୁ ପକୀକ୍ଷାନିରୀକ୍ଷା କରାଇପାରୁଛନ୍ତି l ଏଥିରେ ଡିପିଆରସି ସିନିୟର ପି ଏଣ୍ଡ ଓ ବିପିନ ବିହାରୀ ବେହେରା, ବିଏସଏସଓ ରଜନୀଗନ୍ଧା ସିଂ, ଜିଲ୍ଲା ମେଡିକାଲ ରୁ ଲକ୍ଷ୍ମଣ ନାୟକ, ବିଜାତଳା ପ୍ରୋଗ୍ରାମ ସହାୟକ ଧନଞ୍ଜୟ ପାଟବନ୍ଧା, ରାଇରଙ୍ଗପୁର ବ୍ଲକ ରୁ ସୁଶାନ୍ତ କୁମାର ମହାନ୍ତ, ସଂଜୀବ ପରିଡା, ଜୁନିୟର ସହାୟକ ସୂଜନ କୁମାର ବେହେରା, ଉପଜିଲ୍ଲାପାଳ କାର୍ଯ୍ଯାଳୟ ରୁ ପ୍ରୋଗ୍ରାମ ସହାୟକ ଦେବାନନ୍ଦ କୁମ୍ଭକାର, ଜିଲ୍ଲା ପ୍ରୋଗ୍ରାମ ସହାୟକ ଶ୍ବେତବାହିନୀ ମିଶ୍ର, ବିଏସଏସଓ ଆକାଶ ସେଠୀ ଓ ଜୁନିୟର ସହାୟକ ସାଗର କୁମାର ଦ୍ବିବେଦୀ ପ୍ରମୁଖ ସହଯୋଗ କରିଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق