BREAKING
Loading...
:

ନୟାଗଡ କାରାଗାର ସହ ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣ ପ୍ରକ୍ରିୟାକୁ ଅଞ୍ଚଳବାସୀଙ୍କ ବିରୋଧ

 ନୟାଗଡ କାରାଗାର ସହ ଖଣ୍ଡପଡ଼ା ଉପକାରାଗାରର ମିଶ୍ରଣ ପ୍ରକ୍ରିୟାକୁ ଅଞ୍ଚଳବାସୀଙ୍କ ବିରୋଧ                   



    ଖଣ୍ଡପଡ଼ା ୮|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରାଞ୍ଚଳରେ  ଅବସ୍ଥିତ ୮୭ ବର୍ଷର ପୁରୁଣା ଉପକାରାଗାରକୁ ନୟାଗଡ ସ୍ଥାନାନ୍ତର ନିମନ୍ତେ ଗୃହ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଫଳରେ ସହରବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ଗୃହ ବିଭାଗ ପତ୍ର ସଂଖ୍ୟା ୨୮୩୭୦ ମାଧ୍ୟମରେ ଖଣ୍ଡପଡ଼ା ଉପକାରାଗାରକୁ ସବୁ ଦିନ ପାଇଁ ବନ୍ଦ କରିବା ନିମନ୍ତେ ରାଜ୍ଯ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହିତ ଏଠାରେ ରହୁଥିବା କଏଦୀ ଓ କର୍ମଚାରୀଙ୍କୁ ନୟାଗଡ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ଫଳରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କମ ସଂଖ୍ୟକ କଏଦୀ ଏବଂ ପରିଚାଳନା ଗତ ଖର୍ଚ୍ଚ ଯୋଗୁଁ ସରକାରୀସ୍ତରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ତେବେ ଖଣ୍ଡପଡ଼ା ଓ ଫତେଗଡ ଥାନାର ବିଚାରଧୀନ କଏଦୀ ମାନେ ଏଣିକି ନୟାଗଡ ନିକଟରେ ଥିବା ଖୁଣ୍ଟୁବନ୍ଧକୁ ସ୍ଥାନାନ୍ତର କରାଯିବାକୁ ଥିବାବେଳେ ସେମାନଙ୍କ ସମ୍ପର୍କୀୟମାନେ ଅଯଥାରେ ଖର୍ଚ୍ଚାନ୍ତ ଓ ହନ୍ତସନ୍ତ ହେବେ ବୋଲି ସୂଚନା ମିଳିଛି।ଏଥିପ୍ରତି ଖଣ୍ଡପଡ଼ା ବିଧାୟକ ଦୃଷ୍ଟି ଦେବାକୁ ସମଗ୍ର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀ ଦାବି କରିଛନ୍ତି। ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS