ପରିବେଶ ସୁରକ୍ଷା ପାଇଁ ଲରମ୍ଭା କଲେଜରେ ବନ ମହୋତ୍ସବ ପାଳିତ
ସମ୍ବଲପୁର/ଗୋଡଭଗା କେମ୍ପ୍:
ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲରମ୍ଭା କଲେଜ ପରିସରରେ ବନମହୋତ୍ସବ ପାଳିତ ହୋଇଯାଇଅଛି। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂପ୍ରତି ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଭୂମିକା ଗଛ ହିଁ ଥିବାରୁ ଏକ ସଚେତନତା ସଭା କରାଯାଇଥିଲା। ମଣିଷ ମରିଗଲେ ଗଛର କିଛି କ୍ଷତି ହେବନାହିଁ ଅଥଚ ଗଛ ମରିଗଲେ ମଣିଷର ନିଶ୍ଚିତ ବିନାଶ ବୋଲି ମତବ୍ୟକ୍ତ କରାଯାଇଥିଲା। ଚଳିତ ବର୍ଷ କଲେଜ ପରିସରର ପାଠାଗାର ସମ୍ମୁଖ, ପୁରାତନ କୋଠରୀ, ମହୋଦଧି ଛାତ୍ରାବାସ, ନୂତନ ନିର୍ମାଣ କୋଠରୀ ଓ ପାଚେରୀ ନିକଟରେ ଶିଶୁ, ଅଁଳା, ଡାଳିମ୍ବ, ମେହେଗାନି, କୃଷ୍ଣଚୂଡ଼ା, ରାଧାଚୂଡା, ଦେବଦାରୁ ଓ ବଉଳ ଆଦି ଚାରା ରୋପଣ କରାଯାଇଥିଲା। ବରଗଡ ଜିଲ୍ଲା ଜଙ୍ଗଲ ବିଭାଗ ତରଫରୁ ଚକୁଳି ଫାର୍ମ୍ରୁ ଚାରା ସଂଗ୍ରହ କରାଯାଇଥିଲା। କଲେଜର ଜାତୀୟସେବା ଯୋଜନାର ଅଧିକାରୀ ଡଃ ଅଜିତ କୁମାର ନାଥ, ଗଣେଶ ସିଂ, ଯୁବ ରେଡକ୍ରସ ଅଧିକାରୀ ସୁନୀଲ ପ୍ରଧାନ, ବୀଣା ମେହେର, ଏନ୍ସିସି ଅଫିସର ପାଟମଞ୍ଜରୀ ସାହୁଙ୍କ ତତ୍ତ୍ଵାବଧାନରେ ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଏନ୍ସିସି, ଆର୍ମି ଓ ନାଭାଲ, ଏନ୍ଏସ୍ଏସ୍, ଯୁବ ରେଡକ୍ରସ ଓ ଛାତ୍ରାବାସର ଅନ୍ତେବାସୀମାନେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। କଲେଜର କର୍ମଚାରୀ ଗିରିଧାରୀ ପୁଟେଲ ଓ ସମାଜସେବୀ ସୁବ୍ରତ ସାଲମା ସହଯୋଗ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق