BREAKING
Loading...
:

୨ ଟି ରାସ୍ତାର ଉନ୍ନତିକରଣ ନିମନ୍ତେ ବିଧାୟକଙ୍କ ଦ୍ବାରା ଶିଳାନ୍ୟାସ

 ୨ ଟି ରାସ୍ତାର ଉନ୍ନତିକରଣ ନିମନ୍ତେ ବିଧାୟକଙ୍କ ଦ୍ବାରା ଶିଳାନ୍ୟାସ                                   



     ଖଣ୍ଡପଡ଼ା ୯,୭,୨୦୨୫-

ଖଣ୍ଡପଡ଼ା ବ୍ଲକ ଅଧିନ ବନମାଳୀପୁର ଗ୍ରାମରୁ ବାହାଡା ଛକ ଦେଇ ଜଗନ୍ନାଥପ୍ରସାଦ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ବୋଦସା ଗ୍ରାମରୁ ନିକଟସ୍ଥ ମର୍ଦ୍ଦରାଜପୁର ଛକକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ  ନିମନ୍ତେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁଙ୍କ ଦ୍ବାରା ୨ ଟି ସ୍ଥାନରେ ଶିଳାନ୍ୟାସ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ଗ୍ରାମ୍ଯଉନ୍ନୟନ ବିଭାଗ ଅଧିନରେ ଥିବା ବନମାଳୀପୁରରୁ ଜଗନ୍ନାଥପ୍ରସାଦ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଉନ୍ନତିକରଣ ନିମନ୍ତେ ୫ କୋଟି ୫୧ ଲକ୍ଷ ଟଙ୍କାର ଅନୁଦାନ ଅର୍ଥ ମଞ୍ଜୁର ହୋଇଥିବା ବେଳେ ବୋଦସା- ମର୍ଦ୍ଦରାଜପୁର  ଗ୍ରାମ୍ଯ ରାସ୍ତା ଉନ୍ନତିକରଣ ନିମନ୍ତେ ୨କୋଟି ୯୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ଜଣାଯାଇଛି। ଶିଳାନ୍ୟାସ ଉତ୍ସବରେ ନୟାଗଡ ଗ୍ରାମ୍ଯ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ ସସ୍ମିତା ମୁଣ୍ଡୁରୀ ,ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୀବ କୁମାର ରଥ ଓ ଖଣ୍ଡପଡ଼ା ସହକାରୀ ଯନ୍ତ୍ରୀ ରାଜକିଶୋର ନାୟକଙ୍କ ସମେତ ଖଣ୍ଡପଡ଼ା ବ୍ଲକ ସାଂସଦ ପ୍ରତିନିଧି ଚନ୍ଦ୍ରକାନ୍ତ ବଳିଆର ସିଂ ,ପଣ୍ଡିତ ମନୋଜ ଦାଶ ଓ ସ୍ଥାନୀୟ ଅଞ୍ଚଳର ମାନ୍ଯଗଣ୍ଯ ବ୍ଯକ୍ତିମାନେ ଯୋଗ ଦେଇଥିଲେ।ଆସନ୍ତା ୬ମାସ  ମଧ୍ଯରେ ରାସ୍ତାର ଉନ୍ନତିକରଣ କାର୍ଯ୍ଯ ଶେଷ ହେବ ବୋଲି ଖଣ୍ଡପଡ଼ା ଗ୍ରାମ୍ଯଉନ୍ନୟନ ବିଭାଗ କାର୍ଯ୍ଯାଳୟ ସୁତ୍ରରୁ ଜଣାପଡିଛି।

ମଣିଭଦ୍ରା ଖବର ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS