ବିଜେପିରେ ଯୋଗଦେଲେ କାଉନସିଲର ସରୋଜ ପ୍ରଧାନ
ଖଣ୍ଡପଡ଼ା ୨୯|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ପୂର୍ତ୍ତବିଭାଗ ବଙ୍ଗଳା ପରିସରସରେ ମଙ୍ଗଳବାର ସଂନ୍ଧ୍ଯାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଖଣ୍ଡପଡ଼ା ସହର ୧ ନଂ ଓ୍ବାର୍ଡର କାଉନସିଲର ସରୋଜ କୁମାର ପ୍ରଧାନ ଭାରତୀୟ ଜନତା ଦଳରେ ଯୋଗଦେଇଛନ୍ତି। ଲୋକପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାଉନସିଲର ଶ୍ରୀ ପ୍ରଧାନ ବିଜେପିରେ ଯୋଗ ଦେଇଥିବା ନେଇ ଏକ ସାକ୍ଷାତକାରରେ ସୂଚନା ଦେଇଛନ୍ତି।ବିଜେପିର ବରିଷ୍ଠ ନେତା ବିଧାନ ଚନ୍ଦ୍ର ପ୍ରଧାନଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିର ଖଣ୍ଡପଡ଼ା ନଗର ସଭାପତି ଦିଗମ୍ବର ମିଶ୍ର ଓ ବିଜେପିର ପାରିଷଦବର୍ଗଙ୍କ ଉପସ୍ଥିତିରେ କାଉନସିଲର ଶ୍ରୀ ପ୍ରଧାନ ଓ ଏଥିପୂର୍ବରୁ ଖଣ୍ଡପଡ଼ା ସହର ୬ନଂ ଓ୍ବାର୍ଡର ବିଜେଡି କାଉନସିଲର ପ୍ରମୋଦିନୀ ଦାସ ମଧ୍ଯ ବିଜେପିରେ ଯୋଗଦେଇଥିବା ଜଣାପଡିଛି। ବିଜେପିର ମିଶ୍ରଣ ପର୍ବରେ ବିଜେଡି ଦଳ ଛାଡି ବିଜେପିରେ ଯୋଗଦେଇଥିବା କାଉନସିଲରମାନଙ୍କୁ ଖଣ୍ଡପଡ଼ା ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment