ଝାଡ଼ା ଓ ପରିସ୍ରା ଯିବା ପାଇଁ ଶୌଚାଳୟ ଅଭାବ।
ରାୟଗଡ଼ (ମଣିଭଦ୍ରା ଖବର) ରାୟଗଡ଼ ସହରରେ ପୌର ପରିଷଦ ପକ୍ଷରୁ ସ୍ବଚ୍ଛତାକୁ ଦୃଷ୍ଟି ଦିଆ ଯାଉଥିବା ବେଳେ, ଝାଡ଼ା ଓ ପରିଶ୍ରା ଯିବା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପବିତ୍ର ରଥଯାତ୍ରାକୁ ଦୃଷ୍ଟିରେ ରଖି ପୌରପରିଷଦ ପକ୍ଷରୁ ଅନେକ ସ୍ବଚ୍ଛତା କାର୍ଯକ୍ରମ ଅବଲମ୍ବନ କରାଯାଇଛି। କିନ୍ତୁ , ହଜାର ହଜାର ଭକ୍ତଙ୍କ ସମାଗମ ଦୃଷ୍ଟିରେ ରଖି ପୌରପରିଷଦ ପକ୍ଷରୁ ଝାଡା ଓ ପରିଶ୍ରା ଯିବା ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି। ରାୟଗଡ଼ ସହରରେ ମୁକ୍ତା ଯୋଜନାରେ ମାଳ ମାଳ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ, ଗୋଟିଏ ଭି କାର୍ଯ୍ୟକାରୀ ହେବା ନଜରକୁ ଆସୁନି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି। ମୁଖ୍ୟତଃ ରଥଯାତ୍ରା ଅବସରରେ ମୁଖ୍ୟ ଚିକିତ୍ସାଳୟରେ ନିକଟରେ ଥିବା ମୁକ୍ତା ଯୋଜନାରେ ନିର୍ମିତ ଶୌଚାଳୟ ଏବଂ ବଜାର ନିକଟରେ ଥିବା ଶୌଚାଳୟ ବନ୍ଦ ହୋଇ ପଡ଼ି ରହିଛି। ତେବେ କାମଚଳା ପାଇଁ ଜିସିଡି ହାଇସ୍କୁଲ୍ ପଡ଼ିଆ ଭିତରେ ଥିବା ଶୌଚାଳୟ ବ୍ୟତୀତ ଅନ୍ୟ କେଉଁଠି ନିଃଶୁଳ୍କ ଶୌଚାଳୟ ବ୍ୟବସ୍ଥା ନାହିଁ। ଅନ୍ୟପଟେ ଠିକା ସଂସ୍ଥା ଦ୍ୱାରା ପରିଚାଳିତ ରାୟଗଡ଼ ବସ୍ ଷ୍ଟାଣ୍ଡରେ ଥିବା ଶୌଚାଳୟ କେବେ ଭିଡ଼ ଅଧିକ, କେବେ ପାଣିର ଅଭାବ ଆଉ କେବେ କରେଣ୍ଟ ନ ଥିବା ଯୋଗୁଁ ବନ୍ଦ ହୋଇ ରହି ଥାଉଛି। ଦୈନିକ ବଜାର ଭିତରେ ଥିବା ପୌରପରିଷଦର ଶୌଚାଳୟ ର ମଧ୍ୟ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି । ତେବେ ରାୟଗଡ଼ ସହରକୁ ଆବର୍ଜନା ମୁକ୍ତ କରିବା ଏଵଂ ସ୍ବଚ୍ଛତା ଅବଲମ୍ବନ କରିବା ଦିଗରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ତେବେ ଆଗାମୀ ଦିନରେ ଝାଡ଼ା ଓ ପରିସ୍ରା ଯିବା ପାଇଁ ପୌର ପରିଷଦ ପକ୍ଷରୁ ଶୌଚାଳୟ ଗୁଡ଼ିକ ବ୍ୟବସ୍ଥା ନେଇ କେଉଁ ଭଳି ପଦକ୍ଷେପ ଗ୍ରହଣ କରାଯିବ ଦେଖିବାକୁ ରହିଲା।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق