ବାଙ୍କୀ : କିଆପଲାରେ ଝାଡାବାନ୍ତି
ବାଙ୍କୀ,୨୯ା୭(ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ କିଆପଲା ଗ୍ରାମରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଝାଡାବାନ୍ତି ଲାଗିଥିବାରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତକାଲି ବାଙ୍କୀ ମେଡିକାଲରେ ୪ଜଣ ଚିକିତ୍ସିତ ହୋଇ ଘରକୁ ଫେରୁଥିବା ବେଳେ ଆଜି ୨ଜଣ ଭଲ ହୋଇ ଘରକୁ ଫେରିଛନ୍ତି । ନୂଆ ଗାଁର ସଫଳା ମହାନ୍ତି, କିଆପଲାର ବ୍ରଜବନ୍ଧୁ ଦେଉରୀ, ନରଗାଙ୍ଗର ଗୋକୁଳ ନାୟକ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଝାଡାବାନ୍ତିର କାରଣ ବର୍ତ୍ତମାନ ସୁଧା ଜଣାପଡି ନାହିଁ । ତେଣୁ ତୁରନ୍ତ ସେଠୀ ସ୍ୱାସ୍ଥ୍ୟ ବିଭାଗ ପହଞ୍ôଚ ତାହାର କାରଣ ଖୋଜିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି ।
ମଣିଭଦ୍ରା ଖବର, ବାଙ୍କୀ
Post a Comment