BREAKING
Loading...
:

ପୁରୀ ରଥଯାତ୍ରାରେ ଛତ୍ରପୁର ଅଞ୍ଚଳରୁ ୩୦୦ ଜଣିଆ ଟିମ୍ ସକ୍ରୀୟ

ପୁରୀ ରଥଯାତ୍ରାରେ ଛତ୍ରପୁର ଅଞ୍ଚଳରୁ ୩୦୦ ଜଣିଆ ଟିମ୍ ସକ୍ରୀୟ


ଛତ୍ରପୁର (ରାହୁଲ ମହାନ୍ତି) ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଚଳିତବର୍ଷ ଦେଖିବାକୁ ମିଳିଥିଲା ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କର ସମାଗମ ହୋଇଥିବା ବେଳେ ଛତ୍ରପୁର ଅଞ୍ଚଳରୁ ଅଂଶଗ୍ରହଣ କରିଥିବା ୩୦୦ ଜଣିଆ ସେବାପ୍ରତିନିଧି ଦଳ ସକ୍ରୀୟ ସହଯୋଗ ବେଶ୍ ପ୍ରଶଂସନୀୟ ହୋଇଥିବା ଜଣାଯାଇଛି । ଯାହା ଅନେକ ସ୍ଥାନର ଭକ୍ତଗୋଷ୍ଠୀ ଛତ୍ରପୁରର ୩୦୦ ଜଣିଆ ଟିମ୍ ଙ୍କ କର୍ତ୍ତବ୍ୟ ନିଷ୍ଠା କାର୍ଯ୍ୟରେ ବେଶ୍ ପ୍ରଶଂସାର ସହ ସାଧୁବାଦ ଜଣାଇଛନ୍ତି । ପ୍ରକାଶ ଥାଉକି, ରଥଯାତ୍ରା ପାଇଁ ପାଗ ଅନୁକୂଳ ଥିବା ସତ୍ତ୍ୱେ ଭିଡ଼ ମଧ୍ୟରେ ଫସିଯାଇ ବହୁ ଲୋକ ଅଣ-ନିଶ୍ୱାସୀ ହୋଇ ଅଚେତ ହୋଇପଡିଥିଲେ, ତଥା ଭିଡର ଫାଇଦା ଉଠାଇବାକୁ ଭୁଲି ନଥିଲେ କିଛି ଅସାମାଜିକ ବ୍ୟକ୍ତି । କିନ୍ତୁ ସେତିକିବେଳେ ଦେବଦୂତ ସାଜି ଆସିଥିଲେ ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ର ଓ ଛତ୍ରପୁରରେ ପଦସ୍ଥ ଅଧିକାରୀ ଅତିରିକ୍ତ ନ୍ୟାୟିକ ପବ୍ଲିକ ପ୍ରୋସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ୩୦୦ ଜଣିଆ ସେବାପ୍ରତିନିଧି ଦଳର ଟିମ୍ ସେବା କାର୍ଯ୍ୟ କରି ବେଶ୍ ଜନାଦୃତ ହୋଇଛନ୍ତି । ସୂଚନାଯୋଗ୍ୟ, ସଂଗଠନର ସଦସ୍ୟ ଦୀପା ମହାରଣା ଓ ଦୁର୍ଗା ପ୍ରସାଦ ପରିଡ଼ାଙ୍କ ପ୍ରଚେଷ୍ଟା ବଳରେ ଜଣେ ଭକ୍ତ ତାଙ୍କର ମୋବାଇଲଟିକୁ ଚୋରଙ୍କ କବଳରୁ ଫେରି ପାଇଥିଲେ । ସେହିପରି ଅମିତ ପାତ୍ର, ତପନ ମୁଦୁଲି ଓ ସୁଶାନ୍ତ ଗୌଡ଼ଙ୍କ ସହାୟତାରେ ନିଖୋଜ ଥିବା ଏକ ବାଳକକୁ ତା’ର ପରିବାର ମିଳିଥିଲା । ଗୁରୁତର ଆହତ ବ୍ୟକ୍ତିଙ୍କୁ ତୁରନ୍ତ ଆଶୁ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଅଣ୍ଟା ଭିଡିଥିଲେ ବିକାଶ ମହାରଣା, ଟୁଟୁ ନାୟକ, ଶ୍ରୀତମ ପଟ୍ଟନାୟକ, ଶ୍ରୋତ ଶାଶ୍ୱତ, ଦୁର୍ଯ୍ୟେଧନ ସ୍ୱାଇଁ ଓ ମାନସ ନାୟକ । ସେହିପରି ଦିନ ତମାମ ପୁରୀ ଲୋକନାଥ ରୋଡ଼ରେ ଅବସ୍ଥିତ ନିଗମାନନ୍ଦ ଆଶ୍ରମ ସହାୟତାରେ ସଂଗ୍ରାମ ପ୍ରଧାନ, ହଟ କିଶୋର ଦେହୁରୀ, ସନାତନ ମହାରଣା, ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସମୀର ପ୍ରଧାନ ଓ ସୁମନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ବଡ଼ ଦାଣ୍ଡରେ ଅଗଣିତ ଭକ୍ତମାନଙ୍କୁ ଲେମ୍ବୁ ପାଣି ତଥା ଗ୍ଲୁକୋଜ ବଣ୍ଟା ଯାଇଥିଲା । ଏତଦବ୍ୟତୀତ ସ୍ପର୍ଶ ହସ୍ପିଟାଲରେ କାର୍ଯ୍ୟରତ ଡ଼ଃ ପ୍ରିୟବ୍ରତ ପଟ୍ଟନାୟକ, ପପୁନ କର, ଧର୍ମା ରାଓ, ଅଭିଷେକ ସେନାପତି ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସା ସହାୟତା ପ୍ରଦାନ କରି ପ୍ରଶଂସିତ ହୋଇଥିଲେ । ଏହି ସମସ୍ତ କାର୍ଯ୍ୟ ଇଂଜିନିୟର ବିଶ୍ୱଜିତ ପ୍ରଧାନ, ହାଇକୋର୍ଟ ଓକିଲ ବିଜୟ ଜେନା, ଲସିତ ବରଣ ବେହେରା, ମାଧବ ସାସମଲ ତଥା ସଞ୍ଜୟ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦିବା ୮ଘଟିକାରୁ ରାତି ୧୦ ଘଟିକା ର୍ପ୍ୟନ୍ତ ଜାରିରହିଥିଲା । ପ୍ରାପ୍ତ ସୂଚନା ମୁତାବକ, ବାହୁଡା ଯାତ୍ରାରେ ମଧ୍ୟ ଏହି ଭଳି ସେବା କାର୍ଯ୍ୟ ନିଗମାନନ୍ଦ ଆଶ୍ରମର ମିଳିତ ସହଯୋଗରେ ଜାରି ରହିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

ମଣିଭଦ୍ରା ଖବର, ଛତ୍ରପୁର 

Post a Comment

Previous Post Next Post
Header ADS