ଅଭିଭାବକ, ଶିକ୍ଷକ /ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା /ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ
*** ବୈଠକରେ ହଡ଼ବଡ଼େଇ ଗଲେ - ପ୍ରଧାନଶିକ୍ଷକ
ଦଶପଲ୍ଲା : ଦଶପଲ୍ଲା ବ୍ଲକ ଟାକରା ଠାରେ ଆଦିବାସୀ, ହରିଜନ ଓ କଲ୍ୟାଣ ବିଭାଗ ତରଫରୁ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ (ଟାକରା ହାଇସ୍କୁଲ) ବିଗତ ଦିନରୁ ବହୁ ଅବ୍ୟବସ୍ଥା ମଧ୍ୟରେ ରହି ଆସିଛି। ପ୍ରଧାନଶିକ୍ଷକ ମୁକେଶ ଦୁଗାଲଙ୍କ ଡ଼ିମିରିପଲ୍ଲୀ ହାଇସ୍କୁଲ ଠାରୁ ଆରମ୍ଭ କରି ଟାକରା ହାଇସ୍କୁଲ ପର୍ଯ୍ୟନ୍ତ ସମସ୍ତ ଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି। କିନ୍ତୁ ତାଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଙ୍କ ଅହେତୁକ ଅନୁକମ୍ପା ଛାତ୍ରଛାତ୍ରୀଙ୍କ ଭବିଷ୍ୟ କୁ ଅନ୍ଧକାର ମଧ୍ୟକୁ ନେଇଯାଇଥିବା ଜଣାପଡ଼ିଛି।ସୂଚନାଥାଉକି ଏସବୁ ଭିତରେ ଗତ ରବିବାର ଦିନ ବିଦ୍ୟାଳୟ ଛୁଟିଥିବାର ସୁଯୋଗ ନେଇ ସନ୍ଧ୍ୟାସମୟରେ ସ୍ଥାନୀୟ ୨/୩ ଜଣ କୁଜିନେତା ଙ୍କୁ ବିଦ୍ୟାଳୟ କୁ ଡକାଇ ତାଙ୍କୁ ଚା-ବିସ୍କୁଟ, ମିଶ୍ଚର ରେ ଆପୟତ କରି ନିଜ ସପକ୍ଷେ ପବର୍ତ୍ତାଇବା ଘଟଣା ଚର୍ଚ୍ଚା ହେବାପରେ ନିଶ୍ଚିନ୍ତ ରୂପେ ପ୍ରଶାସନର ପାରିବାପଣିଆ ଲୋକଲୋଚନ କୁ ଆସିଯାଇଛି। ଏ ସମସ୍ତ ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ ଓ ବିଦ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ପୂର୍ବରୁ ଛକପଞ୍ଚା ହୋଇଥିବାବେଳେ ପାଟି ଫିଟାଇଲେ ସିସିଆର ଖରାପ କରିଦେବାର ଧମକ ପ୍ରଧାନଶିକ୍ଷକ ବିଦ୍ୟାଳୟ କର୍ମଚାରୀଙ୍କୁ ଦେଉଥିବା ବିଦ୍ୟାଳୟର କିଛି କର୍ମଚାରୀ ନିଜ ନାମକୁ ଗୋପନ ରଖି ପ୍ରତିକ୍ରିୟା ଦେଇଥିବାବେଳେ ଆଜି ବିଦ୍ୟାଳୟ ପରିସରରେ ହୋଇଥିବା ଅଭିଭାବକ, ଶିକ୍ଷକ /ଶିକ୍ଷୟତ୍ରୀ ତଥା ବିଦ୍ୟାଳୟ ପରିଚାଳନା /ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକରେ ଆଲୁମିନା କମିଟି ସଭାପତି ପ୍ରଦୀପ କୁମାର ସାହୁ ପ୍ରଧାନଶିକ୍ଷକଙ୍କୁ ପଚାରିଥିଲେ ଆପଣ ବିଦ୍ୟାଳୟ କୁ ଆସିବା ଦିନଠାରୁ ଆଜିଯାଏଁ ବିଦ୍ୟାଳୟର କଣ ଉନ୍ନତି ଦିଗରେ କାର୍ଯ୍ୟକରିଛନ୍ତି, ସରକାରଙ୍କ ଠାରୁ ଆସୁଥିବା ସମସ୍ତ ଅର୍ଥ ବିଦ୍ୟାଳୟ ପରିଚାଳନା କମିଟି, ଷ୍ଟାପ ରେଜୁଲେସନ ହୋଇ ଉଠାଣ କରାଯାଉଛିତ ପ୍ରଧାନଶିକ୍ଷକ ଶ୍ରୀ ଦୁଗାଲ ହଡ଼ବଡ଼େଇ ଯାଇ ଏହାର କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଅନ୍ୟପକ୍ଷେ ବୈଠକରେ ଉପସ୍ଥିତ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ, ଆଲୁମିନା କମିଟି ଓ ଅଭିଭାବକଙ୍କ ସ୍ଵାକ୍ଷର ନେବାପାଇଁ ଆଣିଥିବା ରେଜୁଲେସନ ଖାତା ସମ୍ପୂର୍ଣ୍ଣ ନୂଆ ଥିବାବେଳେ ପ୍ରଥମରୁ ୫/୭ ପୁଷ୍ଠା ବ୍ଲାଙ୍କ ଛାଡ଼ି ସମସ୍ତଙ୍କ ଦସ୍ତଖତ ପକାଇଥିଲେ। ଯାହାକୁ ନେଇ ଉପସ୍ଥିତ ଆଲୁମିନା କମିଟି, ପାରିଚାଳନା କମିଟି କହିଥିଲେ କଣ ଯେତେ ବୈଠକ ସେତେ ରେଜୁଲେସନ ଖାତା ପୂର୍ବ ରେଜୁଲେସନ ସବୁ କୁଆଡେ ଗଲା କଣ ଏତେ ଶୀଘ୍ର ଗୋଟିଏ ଗୋଟିଏ ବୈଠକରେ ରେଜୁଲେସନ ଖାତା ସରିଯାଉଛି। ତା' ଛଡ଼ା ପୂର୍ବରୁ ବ୍ଲାଙ୍କ ଛାଡ଼ି ଆପଣ ଦସ୍ତଖତ କଣ ପାଇଁ ନେଉଛନ୍ତି। ତାହାଶୁଣି ମଧ୍ୟ ବିଦ୍ୟାଳୟ କତୃପକ୍ଷ କହିଲେ ପୂର୍ବ ରିଜୁଲେସନ ଖାତା କେଉଁଠି ରହିଯାଇଛି ମନ୍ତବ୍ୟ ରଖି କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ଉପସ୍ଥିତ ବିଦ୍ୟାଳୟ ପରିଚାଳନା କମିଟି, ଆଲୁମିନା କମିଟି ଓ ପୁରାତନ ଛାତ୍ର ବିଦ୍ୟାଳୟ କତୃପକ୍ଷଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିବା ଜଣାପଡ଼ିଛି। ତେବେ କେତେଦିନ ଏଭଳି ଚାଲିବ ବିଦ୍ୟାଳୟ ତଦନ୍ତ କରିଥିଲେ ମଧ୍ୟ କେତେଦିନ ନିରବଦ୍ରଷ୍ଟା ସାଜିବ ଜିଲ୍ଲା ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ ପ୍ରତିକ୍ରିୟା ଦେଇଛନ୍ତି।ଖୁବଶୀଘ୍ର ଏହାର ସୁ - ସମାଧାନ କରାନଗଲେ ଆମେ ରାଜରାସ୍ତା କୁ ଓଲ୍ହାଇବୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଜନସାଧାରଣ।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment