ଗଛ ଲଗାଅ ଜୀବନ ବଞ୍ଚାଅ
+++++++++++ ଗଜପତି(ମନୋଜ କୁମାର ପାଢୀ/
ଗଜପତି ଜିଲ୍ଲାର ଆର, ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ସରକାରୀ ଉଚ୍ଚ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇ ଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ସହିତ ଫରେଷ୍ଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଗୌଡ଼, ଫରେଷ୍ଟର ଗାଡ ସହଦେବ ପାଲାକା,ନରସିଂହ ପାଇକ, ଦୁଃଖୀଶ୍ୟାମ ରଇତ ଉପସ୍ଥିତ ରହିବା ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ଉପସ୍ଥିତ ରହି ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକୁ ସଫଳ କରାଇଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସର ଏବଂ ଛାତ୍ରୀ ନିବାସର ପରିସର ମଧ୍ୟରେ ବିଭିନ୍ନ ପ୍ରକାର ବୃକ୍ଷ ମାନ ରୋପଣ କରାଯାଇଥିଲା। ଏହା ପରେ ଶିକ୍ଷକ ଶ୍ରୀଯୁକ୍ତ ଦଳବେହେରା ନିଜର ଭାଷଣ ମାଧ୍ୟମରେ ବୃକ୍ଷର ଉପକାରିତାକୁ ଆଧାର କରି ''ଗଛ ଲଗାଅ ଜୀବନ ବଞ୍ଚାଅ" ଆଦି ବିଷୟରେ ପିଲାମାନଙ୍କୁ ଅବଗତ କରାଇଥିଲେ। ଏହା ଦ୍ବାରା ପିଲାମାନଙ୍କ ମନରେ ବୃକ୍ଷ ରୋପଣର ଭାବନା ସୃଷ୍ଟି ହେବାର ଲକ୍ଷ କରାଯାଇଛି।
ମଣିଭଦ୍ରା ଖବର, ଗଜପତି
Post a Comment