BREAKING
Loading...
:

18 ନଂ ଜାତୀୟ ରାଜପଥ ରେ ଜଳିଗଲା ଟ୍ରକ ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର

 18 ନଂ ଜାତୀୟ ରାଜପଥ ରେ ଜଳିଗଲା ଟ୍ରକ ଅଳ୍ପକେ ବର୍ତିଲେ ଚାଳକ ଓ ହେଲ୍ପର



ମୟୁରଭଞ୍ଜ  ଜିଲ୍ଲା ଝାରପୋଖରିଆ ଥାନା ୧୮ ନମ୍ବର ଜାତୀୟ ରାଜପଥ କୁମ୍ଭାରମୁଣ୍ଢାକଟା ନିକଟରେ ଚଳନ୍ତା ଟ୍ରକରେ ନିଆଁ ଲାଗି ଯାଇଛି। ସୂଚନା ଅନୁଯାୟୀ, ଏକ ମାଲବାହୀ ଟ୍ରକ ଦ୍ରୁତଗତିରେ ଯାଉଥିବାବେଳେ ଟାୟାରରୁ ନିଆଁ ବାହାରି ସମ୍ପୂର୍ଣ୍ଣ ଗାଡିରେ ନିଆଁ ଲାଗିଯାଇଥିଲା ବୋଲି ଆଲୋଚନା ହେଉଛି। କିନ୍ତୁ ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଖବରପାଇ ବାଙ୍ଗରିପୋଷି ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ ଦୀର୍ଘ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଛିଡା ହୋଇ ରହିଥିଲା । ଟ୍ରକଟି ଆନ୍ଧ୍ରପ୍ରଦେଶରୁ ବିଲାତି ବୋଝେଇ ହୋଇ କଲିକତା ଅଭିମୁଖେ ଯାଉଥିବା ଜଣାପଡିଛି। ଟ୍ରକ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଝାରପୋଖରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS