ବିଷମକଟକ ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ରାୟଗଡା ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ର ବୈଠକଅନୁଷ୍ଠିତ ହୋଇଥିଲା l
ବିଷମକଟକ (ମଣିଭଦ୍ରା ଖବର)
ରାୟଗଡା ଜିଲ୍ଲା ବିଷମକଟକ ମା ତାରିଣୀ ମନ୍ଦିର ପ୍ରାଙ୍ଗଣ ଠାରେ ରାୟଗଡା ଜିଲ୍ଲା ରାଷ୍ଟ୍ରୀୟ ସ୍ୱଙ୍ଗ ସେବକ ସଙ୍ଘ, ଧର୍ମ ଜାଗରଣ ସମନୟ ଗୋତିବିଧି ଅନ୍ତର୍ଗତ ସାଂସ୍କୃତିକ ବିଭାଗ ର ମଠ ମନ୍ଦିର ପୂଜାରୀ ମାନଙ୍କର ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ କୁ ମା ତାରିଣୀ ପୀଠ ର ପୂଜକ ଶ୍ରୀ ସିମାଞ୍ଚଳ ଅଚାରୀ ପରିଚାଳନା କରିଥିଲେ ଏହି ବୈଠକ ରେ ରାୟଗଡା ଜିଲ୍ଲାର ବିଶ୍ୱ କଲ୍ୟାଣ ସାଧନା ସମିତିର ପ୍ରତିଷ୍ଠାତା ୟୋଗୀଶ୍ରୀ ଚୈତନ୍ୟ ରାମଜି, ମିନାଝୁଲା ରୁ ଶ୍ରୀ ସ୍ୱାମୀ ଜନକାନନ୍ଦ ଗିରି ଏବଂ ଗୁଣୁପୁର ରୁ ସ୍ୱାମୀ ନିର୍ବାଣl ନନ୍ଦ ଗିରି, ରାଷ୍ଟ୍ରୀୟ ସ୍ୱଙ୍ଗ ସେବକ ସଙ୍ଘ କଳାହାଣ୍ଡି, ଏବଂ କୋରାପୁଟ ବିଭାଗ ଧର୍ମ ଜାଗରଣ ସମନୟ ପ୍ରମୁଖ ଶ୍ରୀ ପ୍ରଭାତ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ତ୍ରିପାଠୀ,ସଙ୍ଘ ର ସମ୍ପାଦକ ଚିନ୍ତାମଣି ସାବତ ମଞ୍ଚ ପରିଚାଳନା ରେ ସହଜଗ କରିଥିଲେ ,ଲଳୀତ ମୋହନ ଜେନା ଇତ୍ୟାଦି ଯୋଗ ଦେଇ ହିନ୍ଦୁଧର୍ମ ର ମହତ୍ୱ ବିଶ୍ୱକୁ ଶାନ୍ତି ପ୍ରଦାନ କରିବାର ଭୂମିକା ଉପସ୍ଥାପନ କରି ସମସ୍ତ ପୂଜକ ମାନଙ୍କୁ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ l ଏଥିରେ ବହୁ ସଂଖ୍ୟାରେ ପୂଜକ ଏବଂ ପୂଜାରୀଣି ମାନେ ଜଗଦେଇଥିଲେ l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق