*ll ଆଜି ଶ୍ରୀ ଲିଙ୍ଗରାଜ ଠାକୁର ଓ ଦେବୀ ପାର୍ବତୀ ଠାକୁରାଣୀ ଙ୍କ ଚତୁର୍ଥୀ କର୍ମ ll*
~ ଜ୍ୟେଷ୍ଠ ଶୁକ୍ଳ ଅଷ୍ଟମୀ ତିଥିରେ ଚନ୍ଦ୍ରଶେଖର ଲିଙ୍ଗରାଜ ମହାପ୍ରଭୁ ଏବଂ ଅନ୍ନପୂର୍ଣ୍ଣା ଦେବୀ ପାର୍ବତୀ ଠାକୁରାଣୀ ଙ୍କ ସନ୍ଧ୍ୟାଧୂପ ସମାପନ ପରେ ବିନ୍ଦୁସାଗରର ବ୍ରହ୍ମା ଘାଟକୁ ଯାଇଥାନ୍ତି | ସେଠାରେ ବିନ୍ଦୁ ସରୋବର ତୀର୍ଥ ଜଳ ରେ ସ୍ନାନ ଏବଂ ଶୃଙ୍ଗାର ପରେ ଦେବଦେବୀ ଅନନ୍ତବାସୁଦେବ ମନ୍ଦିର କୁ ବିଜେ କରିଥାନ୍ତି | ସେଠାରେ ସୁସଜ୍ଜିତ ଆସନରେ ବିରାଜିତ ହୋଇ ଭୋଗ ଏବଂ ଆଳତୀ ଗ୍ରହଣ କରନ୍ତି | ବାସୁଦେବଙ୍କ ସହିତ ଭେଟ ଆଳତୀ ସମାପନ ହେବା ପରେ ଭାରତୀମଠରେ ଥିବା କାମାକ୍ଷୀ ଠାକୁରାଣୀଙ୍କ ନିକଟକୁ ଠାକୁର ଓ ଠାକୁରାଣୀ ବିଜେ କରନ୍ତି | ସେଠାରେ ନବଦମ୍ପତିଙ୍କୁ ଭୋଗ ଏବଂ ଆଳତୀ ହେବା ପରେ କାମାକ୍ଷୀ ଦେବୀଙ୍କ ସହିତ ଭେଟ ଆଳତୀ ହୋଇଥାଏ | ସେଠାରୁ ଲିଙ୍ଗରାଜ ମନ୍ଦିରକୁ ଠାକୁରମାନେ ଫେରି ବେହେରଣ ମଣ୍ଡପରେ ବିଜେ ହୁଅନ୍ତି | ବେହେରଣ ମଣ୍ଡପ ରେ ଦିଅଁ ଙ୍କ ଲଜ୍ଜାହୋମ ବା ଚତୁର୍ଥୀ ହୋମ ନୀତି ଅନୁଷ୍ଠିତ ହୋଇଥାଏ | ତତ୍ ପରେ ଠାକୁରଙ୍କୁ ମୁଆଁ ଭୋଗ ଲାଗିହୁଏ ଏବଂ ଗଇଁଠାଳ ଫିଟାଯାଏ | ପରେ ଚଳନ୍ତି ହରପାର୍ବତୀଙ୍କୁ ମୁଆଁ ଭୋଗ ହୋଇ ପୀଠାଧିଶ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ସହ ଭେଟ ଆଳତୀ ବଢିବା ପରେ ଦିଅଁ ମାନେ ଦକ୍ଷିଣଘରକୁ ଫେରିଥାନ୍ତି ଏବଂ ବିବାହ ରୀତି ସମାପନ ହୁଏ | ଏହା ପରେ ଦେଉଳ ରେ ଅନ୍ୟାନ୍ୟ ନୀତି ହୋଇ ପହୁଡ ହୋଇଥାଏ ||
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment