ନିଷ୍କାସନ ହୋଇ ପାରୁନି ର୍ବଷାଜଳ, ହନ୍ତସନ୍ତ ହେଉଛନ୍ତି ଖଳିସାହି ଗ୍ରାମବାସୀ
ଡ୍ରେନେଜ ନିର୍ମାଣ ଦାବି।
ଖଣ୍ଡପଡ଼ା୨୮/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ବ୍ଲକ ଅଧୀନ ଖଳିସାହି ଠାରୁ କୋସକା ପୂର୍ତ୍ତ ବିଭାଗ ରାସ୍ତା ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ସାମାନ୍ୟ ବର୍ଷାରେ ଏହି ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ ହୋଇ ପଡୁଛି। ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା ହୋଇନଥିବା କାରଣରୁ ସାମାନ୍ୟ ବର୍ଷା ହେଲେ ଜଳ ନିଷ୍କାସନ ହୋଇନପାରି ରାସ୍ତା ଉପରେ ଲହଡ଼ି ମାରୁଛି। ଯାହା ଫଳରେ ପଥଚାରୀ ମାନେ ଯାତାୟାତ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ସଂପୃକ୍ତ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ସେପଟେ ରାଜ୍ୟ ସରକାର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ କରୁଛନ୍ତି। ମାତ୍ର ସ୍ଥାନୀୟ ଅଞ୍ଚଳର କିଛି କୁଜି ନେତା ଏବଂ ଅପାରଗ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଅନୁଦାନ ରାଶି ସଠିକ୍ ବିନିଯୋଗ କରାଯାଉନଥିବା ଅଭିଯୋଗ ହେଉଛି। ଖଳିସାହି ଗ୍ରାମର ନେଳିଆ ଛକ ଠାରୁ କୋସକାକୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନେଜ ବ୍ୟବସ୍ଥା ହୋଇନଥିବାରୁ ସାମାନ୍ୟ ର୍ବଷା ହେଲେ ଜଳ ନିଷ୍କାସନ ହୋଇନପାରି ରାସ୍ତା ଉପରେ ଜମି ରହୁଛି। ଯାହା ଦ୍ଵାରା ପିଚୁ ରାସ୍ତା ନଷ୍ଟହୋଇ ଯାଇଥିବା ବେଳେ ରାସ୍ତାରେ ସମ୍ପୂର୍ଣ ଖାଲଖମା ସୃଷ୍ଟି ହୋଇଛି। ଯାହା ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏନେଇ ସ୍ଥାନୀୟ ଜନପ୍ରତିନିଧି ଅସନ୍ତୋଷ ବ୍ୟକ୍ତ କରିବା ସହ ସ୍ଥାନୀୟ ସରପଞ୍ଚ ଉପରେ ଦୋଷ ନଦିଛନ୍ତି। ଅନ୍ୟପକ୍ଷେ ରାସ୍ତା ଉପରେ ଜମି ରହୁଥିବା ବର୍ଷା ଜଳ ଖଳିସାହି ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ପରିସରକୁ ବୋହି ଯାଇ ମୂଖ୍ୟ ଫାଟକ ଠାରୁ ବିଦ୍ୟାଳୟର ମଧ୍ୟ ଭାଗ ପର୍ଯ୍ୟନ୍ତ ଏକ କୃତ୍ରିମ ଜଳାଶୟର ଭ୍ରମ ସୃଷ୍ଟି କରୁଛି। ଫଳରେ ଏହାର ସିଧା ସଳଖ ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି। ଏଥିସହ ପାଠପଢ଼ାରେ ମଧ୍ୟ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ସ୍ଥାନୀୟ ଗ୍ରାମବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ର୍ବଷା ଜଳ ନିଷ୍କାସନ ନିମନ୍ତେ ରାସ୍ତାର ଉଭୟ ପାର୍ଶ୍ବରେ ଡ୍ରେନେଜର ବ୍ୟବସ୍ଥା କରିବାକୁ ସ୍ଥାନୀୟ ଜନପ୍ରତିନିଧି ଦାବି କରିଛନ୍ତି। ଆଗକୁ ବର୍ଷା ଋତୁ ଆସୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଯଦି ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ସଂପୃକ୍ତ ଗ୍ରାମବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। ରାଜ୍ୟ ସଡ଼କ ପରିବହନ ବିଭାଗ, ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ଏଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment