BREAKING
Loading...
:

ବ୍ରହ୍ମପୁର ଠାରେ କଳିଙ୍ଗ ମହାସଂଘ ଓଡିଶା ତରଫରୁ ଯୁବ ମହାସଂଘ ଓ ମହିଳା ମହାସଂଘର ନିର୍ବାଚନ ପରିଚାଳନା,

 ବ୍ରହ୍ମପୁର ଠାରେ କଳିଙ୍ଗ ମହାସଂଘ ଓଡିଶା ତରଫରୁ ଯୁବ ମହାସଂଘ ଓ ମହିଳା ମହାସଂଘର ନିର୍ବାଚନ ପରିଚାଳନା,



ବ୍ରହ୍ମପୁର (ମଣିଭଦ୍ରା ଖବର) ଆଜି ବ୍ରହ୍ମପୁର ମହାନଗର ଅନ୍ତର୍ଗତ ବଡବଜାର ଜଟେଶ୍ଵର କଲ୍ୟାଣମଣ୍ଡପ ଠାରେ କଳିଙ୍ଗ ମହାସଂଘ ଓଡିଶା ତରଫରୁ ସଭାପତି କଟି ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଯୁବକ ସେବା ମହାସଂଘ ଓ ମହିଳା ମହାସଂଘର ନିର୍ବାଚନ ହୋଇଥିଲା। ଏଥିରେ  ମୋଟ ୬୩୬ ଭୋଟର ଭୋଟ ଦେଇଥିବା ବେଳେ ୫୩୬ ପୁଲିଂ ହୋଇଥିଲା।  ଓ 100 ଗୋଟି ଭୋଟ ନାକଚ ହୋଉଥିଲା | ଏଥିରେ ଯୁବକ ସେବା ମହାସଂଘ ର ସଭାପତି ରୂପେ ଏସ. ରବି ନାରାୟଣ ପାତ୍ର, ଉପସଭାପତି ଏନ. ସତ୍ୟକlନ୍ତ ପାତ୍ର, ସମ୍ପାଦକ ଟି.ବିନାୟକ ପ୍ରସାଦ, ଯୁଗ୍ମ ସମ୍ପାଦକ ସି.ଏଚ  ବିକ୍ରମ ଚୌଧୁରୀ, କୋଷାଧ୍ୟକ୍ଷ ୟୁ. ହରି ପ୍ରସାଦ ପାତ୍ର ରାଜ୍ୟସ୍ତରୀୟ ନିର୍ବାଚନ ପ୍ରକ୍ରିୟାରେ ନିର୍ଦ୍ଵନ୍ଦରେ ବିଜୟ ଲାଭ କରିଥିଲେ। ଏଥିସହ ଏହି ନିର୍ବାଚନରେ ମହିଳା ମହାସଂଘର ସଭାନେତ୍ରି ରୂପେ ଡି. ରେଶମl ପାତ୍ର, ଉପ ସଭାନେତ୍ରୀ ଏସ. ମମତା ପାତ୍ର, ସମ୍ପାଦିକା ଇ. ଓଣିଶି ପାତ୍ର, ଯୁଗ୍ମ ସମ୍ପାଦିକା ସି.ଏଚ. ରଶ୍ମିତା ଚୌଧୁରୀ, କୋଷାଧ୍ୟକ୍ଷ ବୈଷ୍ୟରଲଜୁ ପଦ୍ମଜା ମନୋନୀତ ହୋଇଥିଲେ। ତେବେ ଆଜିର ସଭା ଓ ଇଲେକ୍ସନ କମିଟି କୁ ପରିଚାଳନା କରିଥିଲେ କଟି ନାରାୟଣ ପାତ୍ର, ସନ୍ତୋଷ ସୁବୁଦ୍ଧି ଓ ଭେଙ୍କଟ ରମଣ ମୂର୍ତ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ। ତେବେ ମହିଳା ମହାସଂଘ ଓ ଯୁବ ସେବା ମହାସଂଘର ସମସ୍ତ ବିଜୟୀ ପ୍ରାର୍ଥୀ ମାନେ  ବୈଶ୍ୟ ଜାତିର ଉନ୍ନତି ନିମନ୍ତେ କାମ କରିବା ସହିତ ସମାଜ ଗଠନରେ  ଯୁବପିଢି ଓ ମହିଳା ମାନଙ୍କର ବେଶ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିବାରୁ ତାଙ୍କୁ ମହାସଂଘ ତରଫରୁ ଦିଆ ଯାଇଥିବା ସମସ୍ତ ଦlୟିତ୍ୱକୁ ସୁଚାରୁ ରୂପେ ସଂପାଦନ କରିବେ ବୋଲି ସମସ୍ତ ବିଜୟୀ ପ୍ରାର୍ଥୀ ମାନେ ପ୍ରତିଶ୍ରୁତି ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS