BREAKING
Loading...
:

ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷ

 ରଥଯାତ୍ରା ପ୍ରସ୍ତୁତି ବୈଠକ ଶେଷ

ଖଣ୍ଡପଡ଼ା ୧୭/୬( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର):ଖଣ୍ଡପଡ଼ା ସହରର ଡ଼ାକବଙ୍ଗଳା ପରିସରରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ପୂର୍ବତନ ବିଧାୟକ ଯୁବରାଜ ସିର୍ଦ୍ଧାଥ ଶେଖର ସିଂହ ସମେତ ବିଭିନ୍ନ ବିଭାଗର ପ୍ରସାଶନିକ ଅଧିକାରୀଙ୍କୁ ନେଇ ଶ୍ରୀ ଜଗନ୍ନାଥ ଙ୍କ ପବିତ୍ର ଘୋଷଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ତହସିଲଦାର ବିଶ୍ଵବିଶୃତ ତ୍ରିପାଠୀ, ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷ, ଏନ୍ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ର,ଏସ ଡିପିଓ ମଦନମୋହନ ପ୍ରଧାନ, ଖଣ୍ଡପଡ଼ା ପୂର୍ବତନ ସରପଂଚ ଧନେଶ୍ଵର ମହାପାତ୍ର,ପୃର୍ତ୍ତବିଭାଗ , ଜନସ୍ବାସ୍ଥ୍ୟବିଭାଗ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ, ପୋଲିସ ଓ ଅଗ୍ନି ବିଭାଗ ଅଧିକାରୀ,ଖଣ୍ଡପଡ଼ା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ଆସନ୍ତା ୨୭ ତାରିଖ ଦିନ ହେବାକୁ ଥିବା ଶ୍ରୀଜଗନ୍ନାଥଂ ଙ୍କ ଘୋଷ ଯାତ୍ରା ଓ ବାହୁଡା଼ ଯାତ୍ରା ସମୟରେ କିଭଳି ଶାନ୍ତି ଶୃଙ୍ଖଳା ସହ ଘୋଷଓବାହୁଡା଼ ଯାତ୍ରା ସମ୍ପର୍ଣ୍ଣ ହେବ ସେ ସମ୍ପର୍କରେପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଭିନ୍ନ ବିଭାଗକୁ ଦାଇତ୍ୱ ଦିଆଯାଇଛି ।  ଯାତ୍ରା ସମୟରେ ସମସ୍ତଙ୍କ ପାଇଁ ସ୍ବଛପରିମଳ ଓ ପାନୀୟ ଜଳର ବ୍ୟବସ୍ଥା ଓ ଯାନବାହନ ଚଳାଚଳରନୀୟତ୍ରିତକୁ ସଠିକ ଭାବେ ପରିଚାଳନା କରିବା ପାଇଁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ ତୁଲାଇବା ନିମନ୍ତେ ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ସମସ୍ତ ଙ୍କୁ ବୈଠକ ରେ ଆଲୋଚନା କରିଥିଲେ। ପ୍ରତି ବର୍ଷ ପରି ଏ ବର୍ଷ କିପରି ଶାନ୍ତି ଶୃଙ୍ଖଳା କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS