BREAKING
Loading...
:

ଆଇ.ଏ.ଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ମରାମତି ଓ ପୁନରୁଦ୍ଧାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ

 ଆଇ.ଏ.ଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ମରାମତି ଓ ପୁନରୁଦ୍ଧାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ 



ଆଇ.ଏ.ଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ମରାମତି ଓ ପୁନରୁଦ୍ଧାର ପାଇଁ ତିନୋଟି ଆର୍ଥିକ ବର୍ଷରେ ମୋଟ Rs. 13, 77 ,095 ଟଙ୍କା ଖର୍ଚ୍ଚ ହୋଇଛି । ସରକାରୀ ନିୟମ ଅନୁସାରେ ଗୋଟିଏ ଆର୍ଥିକ ବର୍ଷରେ ସରକାରୀ ବାସଭବନ ମରାମତି, ପୁନରୁଦ୍ଧାର, ଜଳ ଓ ବିଦ୍ୟୁତ୍ ସଂଯୋଗ ପାଇଁ ସର୍ବାଧିକ ଦୁଇ ଲକ୍ଷ ଲବେ ହଜାର ଟଙ୍କା ଖର୍ଚ୍ଚ ହୋଇପାରିବ । କିନ୍ତୁ ଯଦି ଅଧିକ ଟଙ୍କା ଖର୍ଚ୍ଚ ପାଇଁ ଆବଶ୍ୟକ ପଡେ ତେବେ ରିକୁଜେସନ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପଠେଇବେ, ଉପରୁ ଅନୁମତି ପାଇଲେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରିବ । 

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାଇ; ଶ୍ରୀ ସେଠି ଙ୍କ ସରକାରୀ ବାସଭବନ ମରାମତି ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ୮୦,୩୪୨ ଟଙ୍କା ଖର୍ଚ୍ଚ ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ୪,୯୮,୨୯୫ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ୭,୯୮,୪୫୮ ଟଙ୍କା ଖର୍ଚ୍ଚ ହୋଇଛି । GST ମିଶାଇଲେ ଖର୍ଚ୍ଚ ଆହୁରି ବଢିବ ।  ତାଙ୍କ ବାସଭବନ ମରାମତି ପାଇଁ ବାରମ୍ବାର ଉପର ସ୍ତରରୁ ଲକ୍ଷ ଲକ୍ଷ ଟଙ୍କା ଅନୁମୋଦନ ହେଉଥିଲା ।


ଅତିତ ନିକଟରେ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ସିବିଆଇ ଚଢ଼ାଉ କରି ଏକ କେସ୍ ସମ୍ପର୍କରେ ପଚରାଉଚରା କରିଥିଲେ । ସେଠାରେ ସେ ମିଡ଼ିଆ ସାମ୍ନାରେ ଯେଉଁ ଭଳି ଭାବରେ ହାଇ ଡ୍ରାମା କରିଥିଲେ ତାହା ସିବିଆଇ ଅଫିସର ଓ ଲୋକ ମାନଙ୍କୁ ଆଚର୍ଯ୍ୟ କରିଥିଲା । ଜଣେ କ୍ଷମତାଶାଳୀ ଓ ପ୍ରଭାବଶାଳୀ ଅଧିକାରୀ ହୋଇ ମଧ୍ୟ ବିଷ୍ଣୁପଦ ସେଠି ସେଠାରେ ଭିକ୍ଟିମ କାର୍ଡ ଖୋଳିବା ସହିତ ନିଜକୁ ଅସହାୟ ବୋଲି ପ୍ରଦର୍ଶନ କରିଥିଲେ । ଜଣେ ଉଚ୍ଚଶିକ୍ଷିତ ଓ ବରିଷ୍ଠ ଆଇଏଏସ୍ ଅଫିସର ଯେଉଁ ଭଳି ଭାବରେ ସିବିଆଇ ଅଫିସରଙ୍କୁ ବ୍ୟବହାର କରିଥିଲେ ତାହା ସମସ୍ତଙ୍କୁ ଆଚର୍ଯ୍ୟ କରିଥିଲା ।

ସେକ୍ରେଟାରୀଆଟ ଓ ବିଭିନ୍ନ କାର୍ଯ୍ୟାଳୟରେ ଯିଏ ବିଷ୍ଣୁପଦ ସେଠୀଙ୍କ ରୋବାବ ଦେଖିଛି ସେ ଠିକ୍ ଅନୁଭବ କରିପାରୁ ଥିବ କିଭଳି ଶ୍ରୀ ସେଠି ଅସହାୟ ଓ ଭିକ୍ଟିମ କାର୍ଡ ଖୋଳି ଡ୍ରାମା କରୁଥିଲେ । ଦୀର୍ଘ ବର୍ଷ ହେବ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ବେଆଇନ୍ କାର୍ଯ୍ୟ ଓ ଦୁର୍ନିତୀ ସମ୍ପର୍କରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । କୈାଣସି ନା କୌଣସି ପ୍ରକାର ସେ ଖସି ଯିବାରେ ସଫଳ ହେଉଥିଲେ କିନ୍ତୁ ଓଡ଼ିଶା ଲୋକାୟୁକ୍ତ ରେ ତାଙ୍କ ନାମରେ କେସ୍ ଫାଇଲ୍ ହେବା ପରେ ତାଙ୍କ ମୁଖା ଖୋଲି ଯାଇଥିଲା । ସରକାରୀ ତହବିଲ୍ ରୁ ବେଆଇନ୍ ଭାବରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରି ନେଇଥିଲେ । ଲୋକାୟୁକ୍ତ ରେ ଧରାପଡ଼ିବା ପରେ ଲକ୍ଷ ଲକ୍ଷ ଟଙ୍କା ଫେରସ୍ତ କରିଥିଲେ । କିନ୍ତୁ ସେ ବର୍ତ୍ତମାନ ସିବିଆଇ ଜାଲରେ ପଡ଼ିଛନ୍ତି । ସରକାର ଓ ସିବିଆଇ କି ପଦକ୍ଷେପ / କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS