ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଶୋଭାଯାତ୍ରା
ଯୁବଶକ୍ତି ହେଉଛନ୍ତି ଆମ ବିକାଶ ରଥର ସାରଥି । ଯୁବଶକ୍ତିଙ୍କ ମଧ୍ୟରେ ଥିବା ଶକ୍ତି, ସାମର୍ଥ୍ୟ ଓ ଉତ୍ସାହକୁ ରାଜ୍ୟର ବିକାଶ ସହିତ ସମାଜକଲ୍ୟାଣରେ ଉପଯୋଗ କରିବା ପାଇଁ ରାଜ୍ୟ ସରକାର ମାନନୀୟ ମୋହନ ଚରଣ ମାଝି ପ୍ରାଧାନ୍ୟ ଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ଦିନଠାରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରୋଜଗାର ସୃଷ୍ଟିକୁ ଗୁରୁତ୍ୱ ଦିଆଯାଇଛି । ପାଞ୍ଚବର୍ଷ ମଧ୍ୟରେ ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣ କରିବା ରାଜ୍ୟ ସରକାର ମୋହନ ଚରଣ ମାଝିଙ୍କ ଲକ୍ଷ୍ୟ ରହିଛି । ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଧାନସଭାରେ ବିଲ୍ ପ୍ରାରିତ କରି ରାଜ୍ୟ ସରକାର ନୀତି ପ୍ରଣୟନ କରିଛନ୍ତି ଓ ନିଯୁକ୍ତି କ୍ଷେତ୍ରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିଛନ୍ତି । ଏହା ସହ ସରକାରୀ ଚାକିରୀରେ ଆବେଦନ ପାଇଁ ବୟସ ସୀମାକୁ ୩୨ ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି ଯାହା ଓଡ଼ିଶା ପାଇଁ ଏକ ଐତିହାସିକ ପଦକ୍ଷେପ । ଆମ ସରକାର ବିଜେପି ସରକାର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପ୍ରେରିତ ହୋଇ ଓଡ଼ିଶାର ଯୁବଶକ୍ତିଙ୍କ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି । ଯୁବଶକ୍ତିଙ୍କୁ ନିଯୁକ୍ତି ଦେବା ଓ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଅଭିଯାନ କ୍ରମାଗତ ଭାବେ ଆଗେଇ ଚାଲିଛି । କେବଳ ସରକାରୀ କ୍ଷେତ୍ରରେ ନୁହେଁ, ଶିଳ୍ପାୟନ ମାଧ୍ୟମରେ ମଧ୍ୟ ରାଜ୍ୟ ସରକାର ଯୁବଶକ୍ତିଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ କାର୍ଯ୍ୟକାରୀ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ୨୦୨୫ ଆୟୋଜନରେ ରାଜ୍ୟରେ ପ୍ରାୟ ₹୧୭ ଲକ୍ଷ କୋଟି ପୁଞ୍ଜି ନିବେଶ ସହ ପ୍ରାୟ ୧୩ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । ଉତ୍କର୍ଷ ଓଡ଼ିଶା ଆୟୋଜନର ମାତ୍ର ୫ ମାସ ମଧ୍ୟରେ ₹୧.୭୮ ଲକ୍ଷ କୋଟି ମୂଲ୍ୟର ୫୬ଟି ବିଭିନ୍ନ ଶିଳ୍ପାନୁଷ୍ଠାନର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବର୍ଷର ପ୍ରଥମ ଦିନରେ ଅର୍ଥାତ ୧ ଜାନୁୟାରୀ ୨୦୨୫ ଦିନ ସବୁ ଚୟନ ସଂସ୍ଥାର ମୁଖ୍ୟ ଓ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା କରି ଖାଲି ଥିବା ପଦବୀକୁ ଚିହ୍ନଟ କରି ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ଆମ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ପ୍ରଥମ ବର୍ଷରେ ରାଜ୍ୟ ସରକାର ୯ଟି ପର୍ଯ୍ୟାୟରେ ପ୍ରାୟ ୨୮,୦୦୦ ରୁ ଅଧିକ ପଦବୀ ପୂରଣ କରିଛନ୍ତି । ଦ୍ଵିତୀୟ ବର୍ଷରେ ପ୍ରାୟ ୪୦,୦୦୦ ପଦବୀ ପୂରଣ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଆଜି ରାଜ୍ୟ ସରକାର ୫ ଟି ବିଭାଗରେ ଏକକାଳୀନ ୯୬୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ସରକାର ଯୁବପିଢୀଙ୍କ ପାଇଁ ବିପୁଳ ନିଯୁକ୍ତି ସୁଯୋଗ କରିବା ସହିତ ସ୍ବାବଲମ୍ବୀ କରିବା ଦିଗରେ ଅଗ୍ରସର ହୋଇଛନ୍ତି । ରାଜ୍ୟ ସରକାର ଯଶଶ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଏହି ପଦକ୍ଷେପକୁ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ବ୍ରହ୍ମପୁର ଗାନ୍ଧୀନଗର ଠାରେ ଧନ୍ୟବାଦ ଶୋଭାଯାତ୍ରା ଆୟୋଜନ ହୋଇଯାଇଛି । ଆଗାମୀ ଦିନରେ ଓଡ଼ିଶା ଏହି ଭଳି ବିକାଶ ଦିଗରେ ଆଗେଇ ଚାଲିବ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି । ଏହି ଧନ୍ୟବାଦ୍ ଶୋଭାଯାତ୍ରା ରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ତୁତୁନ ପାତ୍ର, ଜିଲ୍ଲା ସଭାପତି ଶିବଶଙ୍କର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ରବି ରାଓ , ସୋମନାଥ ପାତ୍ର, ଜିଲ୍ଲା ସମ୍ପାଦକ କମଲ ପାତ୍ର , କିଶୋର ସାହୁ , ବିଜୟ ପାତ୍ର ଓ ମଣ୍ଡଳ ସଭାପତି ସୁମିତ୍ ପାତ୍ର , ଶକ୍ତି ପଟ୍ଟନାୟକ , ଅଖିଲ ବେହେରା , ଆମର ସାହୁ , ଶିରିଡ଼ି ବିକ୍ରମ , ଦେବୁନ୍ ପଟ୍ଟନାୟକ , ନାରାୟଣ ଶରାବ, ନାରାୟଣ ରେଡ୍ଡୀ , କୃଷ୍ଣ ପୋଲାଇ , ସୁଧୀର ପାଳୋ, ମନୋଜ ପଟ୍ଟନାୟକ , ମନୋଜ ମହାରଣା ଆଦି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق