ସୁନାମୁହିଁ ପ୍ରର୍ଯ୍ୟଟନସ୍ଥଳୀରେ ଜନସାଧାରଣ ଙ୍କ ଭିଡ
ଖଣ୍ଡପଡ଼ା ( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡା ସହରର ଉପକଣ୍ଠ ରେ ଅବସ୍ଥିତ ସୁନାମୁହିଁ ପରିବେଶ ପ୍ରର୍ଯ୍ୟଟନସ୍ଥଳୀରେ ରଜ ଉପଲକ୍ଷେ ଜନସାଧାରଣ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଦିନ ତମାମ ଅସହ୍ୟ ଗୁଳୁଗୁଳି ସାଙ୍ଗ କୁପ୍ରବଳ ରୌନ୍ଦ୍ରତାପର ପ୍ରଭାବ ସତ୍ୱେ ଆଖପାଖ ଅଞ୍ଚଳ ର ଜନସାଧାରଣଙ୍କ ସହସହ ଯୁବକ ଯୁବତୀ ମହିଳା ମାନଙ୍କ ସପରିବାର ସହିତ ଆସି ଏ ପ୍ରର୍ଯ୍ୟଟନସ୍ଥଳୀ ରେ ଉପସ୍ଥିତ ରହି ଦୋଳି ଖେଳିବା ସହିତ ପ୍ରାକୃତିକ ପରିବେଶ କୁ ଉପଭୋଗ କରି ମୋବାଇଲ
ମାଧ୍ୟମରେ ସେଲଫି ଫଟୋ ଉଠାଇବା ସହିତ ଆଇସକ୍ରିମ, ଦହିବରା ଆଳୁ ଦମ, ଆଖୁରସ, ପାନକରି ରଜ ପାନ ଖାଇ ବେସ ମଜା କରୁଥିବା ଦେଖିବାକୁ ମିଳିଛି।ଏ ବର୍ଷ ଆଖପାଖ ଦୋକାନ ରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق