BREAKING
Loading...
:

କୁଚିଣ୍ଡା ଏନ୍‌ଏସି ପକ୍ଷରୁ ଏକ ବର୍ଷ ପୂର୍ତ୍ତି ଉତ୍ସବର ଉଦ୍‌ଯାପନ ଦିବସରେ ୨୨ ଜଣ କବି ସମ୍ମାନିତ

 କୁଚିଣ୍ଡା ଏନ୍‌ଏସି ପକ୍ଷରୁ ଏକ ବର୍ଷ ପୂର୍ତ୍ତି ଉତ୍ସବର ଉଦ୍‌ଯାପନ ଦିବସରେ ୨୨ ଜଣ କବି ସମ୍ମାନିତ



ସମ୍ବଲପୁର: (ମଣିଭଦ୍ରା ଖବର)


ନୂତନ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ସପ୍ତାହ ବ୍ୟାପୀ ଉତ୍ସବର ଉଦ୍‌ଯାପନୀ ଦିବସରେ କୁଚିଣ୍ଡା ଟାଉନ ହଲରେ ବିଜ୍ଞାପିତ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ସୁନାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମର ସଫଳତା ଉପରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ପଞ୍ଚାୟତି ରାଜ, ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପଲବ୍ଧି ସହ କୁଚିଣ୍ଡାର ଉନ୍ନୟନ ପାଇଁ ଥିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ । ସେ କୁଚିଣ୍ଡାର ବରିଷ୍ଠ କବି , ଶିକ୍ଷାବିତ୍ ତଥା ପରିବେଶବିତ ସୁବାସ ଚନ୍ଦ୍ର ନାୟକଙ୍କ ସହିତ ଏହି ଅଞ୍ଚଳର ୨୨ ଜଣ କବି ଓ କବିୟତ୍ରୀଙ୍କୁ ସମ୍ମାନିତ କରିଥିଲେ । ସେ ରାଜ୍ୟର ଓଡ଼ିଆ ଅସ୍ମିତା ପାଇଁ କବିମାନଙ୍କ ଯୋଗଦାନକୁ ମନେ ପକାଇଥିଲେ । ଏହି ଉତ୍ସବରେ ଉପ ଜିଲ୍ଲାପାଳ ଡ଼. ଗୌରବମୟ ପଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସରକାରଙ୍କ ସମସ୍ତ ଲୋକ ହିତକର କାର୍ଯ୍ୟକ୍ରମକୁ ପ୍ରଶାସନ ଆନ୍ତରିକତାର ସହ ପାଳନ କରିବ ବୋଲି ମତ ବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମରେ କୁଚିଣ୍ଡା ଏନ୍‌ଏସିର ଅଧ୍ୟକ୍ଷ ପଦ୍ୟୁତ ମହାନ୍ତି , ବିଡ଼ିଓ, ତହସିଲଦାର,ଏମ୍‌ପି ନୋମିନି ପ୍ରମୁଖ ମଞ୍ଚାସୀନ ଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS