BREAKING
Loading...
:

ବିଗ୍ରହ ମାନଙ୍କ ଦେବସ୍ନାନ ପୁର୍ଣିମା ନୀତି , ସ୍ନାନମଣ୍ଡପରେ ଶ୍ରୀ ଜୀଉ

 ବିଗ୍ରହ ମାନଙ୍କ ଦେବସ୍ନାନ ପୁର୍ଣିମା ନୀତି , ସ୍ନାନମଣ୍ଡପରେ ଶ୍ରୀ ଜୀଉ 


ଖଣ୍ତପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ତପଡା ସହର ସମେତ ଖଳିସାହି ଶ୍ରୀଜଗନ୍ନାଥ ମନ୍ଦିର  ମର୍ଦ୍ଦରାଜପୁର  ମୁଣ୍ତିଆ ହନୁମାନଙ୍କ ପୀଠ , ସିଧାମୂଳା ଶ୍ରୀଜଗନ୍ନାଥଜୀଉ ଓ ପ୍ରଭୁ ଶ୍ରୀଗୋକୁଳାନନ୍ଦଜୀଉଙ୍କ ପାର୍ଶ୍ବ ଦେବତା ରୁପେ ପୂଜିତ ପତିତପାବନ ଦେବ ଓ ଅନ୍ଯ ମନ୍ଦିରରେ ବିଗ୍ରହମାନଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ପାରମ୍ପରିକ ପ୍ରଥାନୁଯାୟୀ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଖଣ୍ଡପଡ଼ା ଜଗନ୍ନାଥ ମନ୍ଦିର ଓ ଶ୍ରୀରଘୁନାଥ ମନ୍ଦିରରେ ପାର୍ଶ୍ବ ଦେବତା ଭାବେ ପୂଜା ପାଉଥିବା ବିଗ୍ରହମାନଙ୍କ ସ୍ନାନ ନୀତି ସମ୍ପନ୍ନ ପରେ ହାତୀ ବେଶରେ ଶ୍ରୀଜୀଉ ଭକ୍ତମାନଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ ଦେଇଥିଲେ। ବିଗ୍ରହମାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ପରିସରରେ  ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଖଣ୍ଡପଡ଼ା ରାଜ ପରିବାରର ସଦସ୍ଯମାନେ ବିଗ୍ରହଙ୍କୁ ଦର୍ଶନ କରିଥିଲେ।ବିଳମ୍ବିତ ରାତିରେ ବିଗ୍ରହମାନେ ଅଣସର ଗୃହକୁ ବିଜେ କରିବାର ପରମ୍ପରା ରହିଛି। ଏଥେ ନିମନ୍ତେ ସମସ୍ତ ଆନୁଷଙ୍ଗିକ ବ୍ଯବସ୍ଥା କରାଯାଇଥିବା ମନ୍ଦିରର ପୂଜକମାନଙ୍କ ସୁତ୍ରରୁ ପ୍ରକାଶ।ଆସନ୍ତାକାଲି ଗୁରୁବାର ଠାରୁ ମନ୍ଦିରରେ ପଟ୍ଟିଦିଅଁ ପୂଜା ପାଇବେ ବୋଲି ଜଣାପଡିଛି। ଏ ଅବସରରେ ଖଣ୍ଡପଡ଼ା ଶ୍ରୀଜଗନ୍ନାଥଜୀଉଙ୍କ ମନ୍ଦିର ପରିସରରେ ଏକ ଭଜନ ସଂନ୍ଧ୍ୟା କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS