BREAKING
Loading...
:

ରାଜ୍ୟରେ ଘଟୁଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ବାଙ୍କୀ ବିଜୁ ଛାତ୍ର ଜନତା ପକ୍ଷରୁ ବାଙ୍କୀ କଲେଜ ସମ୍ମୁଖରେ ବିକ୍ଷୋଭ

 ରାଜ୍ୟରେ ଘଟୁଥିବା ନାରୀ ନିର୍ଯ୍ୟାତନା ବିରୁଦ୍ଧରେ ବାଙ୍କୀ ବିଜୁ ଛାତ୍ର ଜନତା ପକ୍ଷରୁ ବାଙ୍କୀ କଲେଜ ସମ୍ମୁଖରେ ବିକ୍ଷୋଭ 

ବାଙ୍କୀ (ମାନସ ରଞ୍ଜନ ସାହୁ) ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଟୁଥିବା ମହିଳା ନିର୍ଯ୍ୟାତନା ବିଶେଷ କରି ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ଆଜି ବାଙ୍କୀ ବିଜୁ ଛାତ୍ର ଜନତାଦଳ ତରଫରୁ ବାଙ୍କୀ ମହାବିଦ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟରେ ବିଜେପି ସରକାର କ୍ଷମତାରେ ଆସିବା ପରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ନାରୀ ନିର୍ଯ୍ୟାତନା ଓ ଗଣଧର୍ଷଣ ବୃଦ୍ଧି ହେଉଥିବା ବେଳେ ମୋହନ ମାଝୀଙ୍କ ସରକାର ନିଦରେ ଶୋଇଥିବାର ଅଭିଯୋଗ କରିଛନ୍ତି । ଏହି ଗଣବିକ୍ଷୋବରେ ଏନ୍‌.ଏ.ସି ବିଜୁ ଛାତ୍ରଜନତାଦଳ ସଭାପତି ବ୍ରଜବଲ୍ଲଭ କର, ବାଙ୍କୀ ବିଜୁ ଛାତ୍ର ଜନତା ସଭାପତି ବିକାଶ ପ୍ରଧାନ, ଡମପଡ଼ା ବ୍ଲକ ବିଜୁଛାତ୍ର ଜନତା ସଭାପତି ଗୌରବ ବିଳୟାର ସିଂହ, ଛାତ୍ରନେତା ରଞ୍ଜିତ ବେହେରା, ସୁରେନ୍ ରଣା, ନଗର ବିଜୁ ଜନତାଦଳ ସଭାପତି ପଠାଣୀ ବେହେରା, ପ୍ରଶାନ୍ତ ଦଳେଇ , ବିଶ୍ୱରଞ୍ଜନ ନାୟକ, ଚିନ୍ମୟ ବେହେରା, ତପନ ବେହେରା, ବିଜୟ ସ୍ୱାଇଁ, ଅଭିଜିତ୍ ନାୟକ, ବଳଭଦ୍ର ରଣା, ପ୍ରଦୀପ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।


ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS