BREAKING
Loading...
:

ଜଗନ୍ନାଥ ମନ୍ଦିର ପ୍ରାର୍ଥନା ଗୃହ ନିର୍ମାଣରେ ବିଳମ୍ବକୁ ନେଇ ଜନଅସନ୍ତୋଷ

 ଜଗନ୍ନାଥ ମନ୍ଦିର ପ୍ରାର୍ଥନା ଗୃହ ନିର୍ମାଣରେ ବିଳମ୍ବକୁ ନେଇ ଜନଅସନ୍ତୋଷ  



ଖଣ୍ଡପଡା ୧୮|୬ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ତପଡା ବ୍ଲକ ଅଧିନ କୁମ୍ଭାରପଡା ଗ୍ରାମର ପ୍ରଭୁ ଶ୍ରୀଲଡ଼ୁକେଶ୍ୱରଜୀଉଙ୍କ ମନ୍ଦିର ପରିସରରେ ଏକ ପ୍ରାର୍ଥନା ଗୃହ ନିର୍ମାଣ କାର୍ଯ୍ୟ ଗତ ୧୮ ମାସ ଧରି ମନ୍ଥର ଗତିରେ ଚାଲିଥିବା ଜଣାପଡିଛି। ପ୍ରକାଶଥାଉକି, ୨୦୨୪-୨୫ ଆର୍ଥିକ ବର୍ଷରେ ଉକ୍ତ ପ୍ରାର୍ଥନା ଗୃହର ଛାତ, କାନ୍ଥ, ଓ ଚଟାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେବି ଅନେକ କାର୍ଯ୍ଯ  ବାକିଥିବା ଜଣାପଡିଛି।ଖଣ୍ଡପଡ଼ା ବ୍ଲକ ପ୍ରଶାସନର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଉକ୍ତ ପ୍ରାର୍ଥନା ଗୃହ  ନିର୍ମାଣ କାର୍ଯ୍ଯ ଚାଲୁ ରହିଥିବା  ବେଳେ ପଂଚାୟତ ଅନୁଦାନ ପାଣ୍ଠିରୁ ଏହି କାର୍ଯ୍ଯ ନିମନ୍ତେ ୪ଲକ୍ଷ ୫୯ହଜାର ଟଙ୍କା ବ୍ୟୟ ବରାଦ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି। ନିର୍ମାଣ କାର୍ଯ୍ଯ ତଦାରଖ ଦାୟୀତ୍ବରେ ଥିବା କନିଷ୍ଠଯନ୍ତ୍ରୀଙ୍କ ଅଣଦେଖା ଯୋଗୁଁ  ପ୍ରାର୍ଥନା ଗୃହ ନିର୍ମାଣରେ ଅଯଥା ବିଳମ୍ବ  ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖଣ୍ଡପଡ଼ା ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେବାକୁ କୁମ୍ଭାରପଡା ଗ୍ରାମବାସୀ ଦାବି କରିଛନ୍ତି।ଏ ସମ୍ପର୍କରେ ଖଣ୍ଡପଡ଼ା ବ୍ଲକ ଉନ୍ନୟନ ଅଧିକାରୀ ଅଙ୍କୁର ଅଭିଳାଷଙ୍କ ସମେତ  ସହକାରୀ ଯନ୍ତ୍ରୀ ଆଶୁତୋଷ ମହାନ୍ତିଙ୍କ ସହ ଯୋଗାଯୋଗ କରିବାରେ ସେଥିପ୍ରତି ସେମାନେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ତେବେ କେବେ ପ୍ରାର୍ଥନା ଗୃହ  ନିର୍ମାଣ କାର୍ଯ୍ଯ ଶେଷ ହୋଇ ତାହା କାର୍ଯ୍ଯକ୍ଷମ ହେବ ତାହା ଦେଖିବାକୁ ବାକି ରହିଲା ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS