BREAKING
Loading...
:

ଜୁଳୁକି ପଡା ରେ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ମହା ସମାରୋହରେ ହେଲା ପାଳିତ।

 ଜୁଳୁକି ପଡା ରେ ରଜ ମହୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ ମହା ସମାରୋହରେ ହେଲା ପାଳିତ।



ମୋ ଗାଁ ମୋ ସମ୍ମାନ ଆହ୍ବାନ ର ସଫଳ ରୂପାୟନ।ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ ଥିବା ଜୁଳୁକିପଡାର  ଦୁଇ ପ୍ରମୁଖ ସାମାଜିକ ଅନୁଷ୍ଠାନ ପାଳନ କଲେ ଓଡ଼ିଶା ର ଗଣ ପର୍ବ ରଜ।

***********************************************

ଓଡ଼ିଶା ଆକ୍ଵାକେୟାର ଚାରିଟେବୁଲ ଟ୍ରଷ୍ଟ ଓ ମହାଲକ୍ଷ୍ମୀ ଯୁବ ପରିଷଦ ଜୁଳୁକିପଡା ର ମିଳିତ ଆନୁକୂଲ୍ୟରେ ବର୍ଣ୍ଣାଢ଼୍ୟ ପରିବେଶ ଭିତରେ ତିନି ଦିନ ଧରି ରଜ ମହୋତ୍ସବ ପାଳିତ।

***********************************************

କଟକ ଜିଲ୍ଲା,ନିଶ୍ଚିତ କୋଇଲି ବ୍ଲକ,ଜୁଳୁକି ପଡା ଗ୍ରାମ ରେ ଆରାଧ୍ୟ ଦେବୀ ମାଆ ବାଗେଶ୍ବରୀ ପୀଠ ରେ ସମଗ୍ର ଓଡ଼ିଶା ସେବା ଅଭିଯାନ ରେ ସାମିଲ୍ ଥିବା ଦୁଇ ଅଗ୍ରଣୀ ସାମାଜିକ ଅନୁଷ୍ଠାନ,ମହାଲକ୍ଷ୍ମୀ ଯୁବ ପରିଷଦ ଓ ଓଡ଼ିଶା ଆକ୍ଵାକେୟାର ଚାରିଟେବୁଲ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ମୋ ଗାଁ ମୋ ସମ୍ମାନ ଆହ୍ବାନ କୁ ସଫଳ ରୁପାୟନ ପୂର୍ବକ ଓଡ଼ିଶା ର କୃଷିଭିତ୍ତିକ ପାରମ୍ପରିକ ଗଣ ପର୍ବ ରଜ ମହୋତ୍ସବ ତିନି ଦିନ ବ୍ୟାପି ଅନୁଷ୍ଠିତ ହୋଇ ବିଭିନ୍ନ କାର୍ଯ୍ୟରେ ପରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସମଗ୍ର ଓଡ଼ିଶା ସେବା ଅଭିଯାନ ର ମୂଖ୍ୟ ସଚେତକ  ଙ୍କ ସଂଯୋଜନାରେ ଓଡ଼ିଶା ଆକ୍ଵା କେୟାର ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ତଥା ମୋ ଗାଁ ମୋ ସମ୍ମାନ ଆହ୍ବାନ ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ପ୍ରଭାତ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ସୂଧୀର୍ କୁମାର ଦାସ୍ ଯୋଗ ଦେଇ ଓଡିଆ ସଂସ୍କୃତି,ପରମ୍ପରା ର ପ୍ରତୀକ ରଜପର୍ବ ସନ୍ଦର୍ଭ ରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍, ପରିବେଶବିତ୍ ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ନିରଞ୍ଜନ ସାହୁ,ସମ୍ମାନିତ ଅତିଥି ଭାବେ ୟୁଟ୍ୟୁବର ଜ୍ୟୋତି ରଞ୍ଜନ ବାରିକ, ରାହୁଲ୍ କୁମାର ଦାସ୍,ସମାଜ ସେବୀ ରାଜ କୁମାର ମ‌ହାନ୍ତି,ରକ୍ତ ଦାନ ଜୀବନ ଦାନ ଆହ୍ଵାନ ର ରାଜ୍ୟ ଆବାହକ ଶ୍ରୀଯୁକ୍ତ ଦେବାଶିଷ ସାହୁ ମଞ୍ଚାସୀନ ହେବା ସହିତ ବକ୍ତବ୍ୟ ରଖିଥିଲେ। ଆଞ୍ଚଳିକ ସ୍ତରରେ ଚଳିତ ବର୍ଷ ମ୍ୟାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ରେ କୃତୀତ୍ବ ର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର,ଛାତ୍ରୀ ମାନଙ୍କୁ ତଥା ରାଜ୍ୟ ସ୍ତରୀୟ ଅନେକ ସାମାଜିକ ଅନୁଷ୍ଠାନ ଓ ସାମାଜିକ କର୍ମୀ ମାନଙ୍କୁ ଯଥୋଚିତ ସମ୍ମାନ ର ସହିତ ପୁଷ୍ପଗୁଚ୍ଛ,ଉତ୍ତରୀୟ,ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ।ଉକ୍ତ ଅବସର ରେ ମୋ ଗାଁ ମୋ ସମ୍ମାନ ୟୁଟ୍ୟୁବ ଚ୍ୟାନେଲ ର ଲୋଗୋ ଉନ୍ମୋଚନ ହୋଇଥିଲ।

        ତିନି ଦିନ ଧରି ମା ବାଗେଶ୍ବରୀ ପୀଠ ପରିସର ରେ ରଜ ଦୋଳି,ଦାଣ୍ଡିଆ ନାଚ,ମ୍ୟୂଜିକ୍ ଚେୟାର, ନୃତ୍ୟ,ଗୀତ ଓ କବାଡି ଖେଳ ପ୍ରତିଯୋଗୀତା ସହ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ମୋ ଗାଁ ମୋ ସମ୍ମାନ ଆହ୍ବାନ ର ରାଜ୍ୟ ସଂଯୋଜିକା ଅନିତା ନାୟକ,ମହାଲକ୍ଷ୍ମୀ ଯୁବ ପରିଷଦ ଜୁଳୁକିପଡା ର ସ୍ବେଛାସେବୀ ଭାଇ ମାନେ ଯଥା ସରୋଜ କୁମାର ରାଉତରାୟ, ସୁନିଲ୍ ରଣା, ରାଧେକୃଷ୍ଣ ମହାରଣା, ଘନଶ୍ୟାମ ମହାରଣା,ତପନ ଲେଙ୍କା, ଅପରାଜିତା ସାହୁ ସହୃଦୟତାର ସହ ସହଯୋଗ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS