ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ରା.ଉଦୟଗିରି ପୋଲିସ।
ଗଜପତି :୨୦/୬(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲାରେ ଗଞ୍ଜେଇ ଚୋରାଚାଲାଣକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେଇଆସୁଥିବା ବେଳେ, ଗତକାଲି ରା.ଉଦୟଗିରି ପୋଲିସକୁ ମିଳିଛି ବଡ ସଫଳତା l ଗତକାଲି ରା.ଉଦୟଗିରି ଥାନା ଏସ.ଆଇ.ଏସ.ହେମ୍ବ୍ରମ ଙ୍କ ତତ୍ବାବଧାନରେ ପୋଲିସ ସହକର୍ମୀ ଏସ ଏନ ନାୟକ ,ଏସ ମହାରଣା, ଏସ ଗମାଙ୍ଗ ଓ କେ ଏମ ନାୟକଙ୍କ ସହଯୋଗରେ ବସ୍ତ୍ରୀଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ଏକ ବଜାଜ ଅଟୋ ଗାଡି ନଂ AP 30 TA 0494 ରେ ଗଞ୍ଜେଇ ଯାଉଥିବା ଦେଖି ଗାଡି ସହ ୧୨୩ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରିଛି ପୋଲିସ l ଗିରଫ ତିନିଜଣ ହେଲେ ବିଜୟ ଲିମା(୩୧),ହିଜକିୟ ସିଂ(୨୬) ଓ ଫିଲିପ ସିଂ( ୩୨) ସେହି ରା ଉଦୟଗିରି ଥାନା ଅନ୍ତର୍ଗତ ତାବରଡା ଗ୍ରାମର ବୋଲି ଜଣା ପଡିଛି। ଏନ ଡି ପି ଏସ ଅଧିନିୟମ ଅନୁସାରେ କେସ ନମ୍ବର ୬୮/୨୫ ରେ ମାମଲା ରୁଜ୍ଜୁ କରି ସମ୍ପୃକ୍ତ ତିନିଜଣକୁ କୋର୍ଟ ଚାଲାଣ କରାଯାଇଥିବା ରା ଉଦୟଗିରି ଥାନା ଅଧିକାରୀ ଶ୍ରୀ ଅଶ୍ବିନୀ ଭିତ୍ରୀୟା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର, ଗଜପତି
Post a Comment