BREAKING
Loading...
:

ହାତୀପଲ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର

 ହାତୀପଲ ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର 






ହାତୀପଲ ରଚିଲେ ତାଣ୍ଡବ । ଆକ୍ରମଣରେ ଗଡିଲା ଏକ ମୁଣ୍ଡ ଜଣେ ଗୁରୁତର । ହେଲେ ହାତୀ ନିୟନ୍ତ୍ରଣରେ ବିଫଳ ସରକାର,ପ୍ରଶାସନ ଏବଂ ବନ ବିଭାଗ। କିନ୍ତୁ ନିରନ୍ତର ସମୟ ବ୍ୟବଧାନରେ ହାତୀ ଆକ୍ରମଣରେ ଯାଉଛି ଜୀବନ।ଅସହାୟ ଏବଂ ନିରୁପାୟ ବନ ବିଭାଗ। ସ୍ଥାନୀୟ ଅଞ୍ଚଳରେ ଛେଳି ଗୋରୁ ଭଳି ବୁଲୁଛି ହାତୀ । ଗୋଟେପଟେ ଘୋଉଡ଼ାଇବା ପାଇଁ ଉଦ୍ୟମ କଲେ ଅନ୍ୟପଟେ ପଶି ଆସୁଛି ହାତୀପଲ । ନାକେଦମ ବନ ବିଭାଗ। ଆଖିରୁ ନିଦ ହଜାଇ ଦେଇଛି ହାତୀପଲ। ଶାନ୍ତିରେ ରହିପାରୁଛନ୍ତି ଗାଁ ଲୋକ ନା ବନ ବିଭାଗ କର୍ମଚାରୀ ଓ ଅଧିକାରୀ । ମାତ୍ର ଲଗାତାର ସମୟ ବ୍ୟବଧାନରେ ହାତୀ ନେଉଛି ଜୀବନ । ଭାଙ୍ଗୁଛି ଘର । ମାଡ଼ିଦଳି ନଷ୍ଟ କରୁଛି ବ୍ୟାପକ ଫସଲ। ତେବେ ମୋରଡା ନିର୍ବାଚନ ମଣ୍ଡଳୀରେ ହାତୀ ଉପଦ୍ରବ କମିବାର ନାମ ନେଉ ନାହଁ । ପୂର୍ବରୁ ହାତୀ ଆକ୍ରମଣରେ ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଗୁରୁତର ଆହାତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ତେବେ ଆଜି ଭୋର ସମୟରେ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନଳଗଜା ପଞ୍ଚାୟତ  ଶୁଖିଲାଖାଳି ଗ୍ରାମର ବଡା ମୁର୍ମୁ ଘର ବାରଣ୍ଡାରେ ଶୋଇଥିବା ବେଳେ ୨୫ ଟିକିଆ ହାତୀପଲ ମଧ୍ୟରୁ ଦୁଇଟି ହାତୀ ବଡାଙ୍କୁ ଶୁଣ୍ଢରେ ଟାଣି ଆଣି କଚାଡି ଦେଇଥିଲା । ପାଟି ଶୁଣି ସ୍ଥାନୀୟ ଲୋକେ ଆସି ହାତୀପଲକୁ ଘୋଡାଇବାକୁ ଚେଷ୍ଟା କରିବାରୁ ହାତୀପଲ ପଳାଇଥିବା ଜଣାପଡିଛି । ପରେ   ଉଦ୍ଧାର କରି ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସେଠାରୁ ହାତୀପଲ ଆସି  ଉକାଶୋଳ ଗ୍ରାମରେ ପ୍ରବେଶ କରି ଘରଭାଙ୍ଗି ଭିତରେ ଶୋଇଥିବା ଅବସ୍ଥାରେ ନାଗି ହାଁସଦାଙ୍କୁ ଘୋଷାଡି ଆଣି ଦଳି ଚକଟି ଦେଇଥିଲା । ଫଳରେ ବୃଦ୍ଧା ନାଗିଙ୍କ ଦେହରୁ ଗୋଡ ଅଲଗା ହୋଇଯିବା ସହିତ ଅନ୍ତବୁଜଳା ବାହାରି ଆସିଥିଲା । ଖବରପାଇ ରାସଗୋବିନ୍ଦପୁର ବନବିଭାଗ ପହଞ୍ଚି  ନାଗିଙ୍କୁ ଉଦ୍ଧାର କରି ବାରିପଦା ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପଠାଇଥିଲେ । ସେଠାରେ ଡାକ୍ତର ନାଗିଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏଘଟଣା ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି କରିବା ସହ ଆତଙ୍କ ଖେଳାଇ ଦେଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS