କଉଡିଆପାଟ ରାସ୍ତାକୁ ଜବରଦଖଲ କରି ଯାତାୟାତ ରାସ୍ତା ବନ୍ଦ କରିଛନ୍ତି ଜମି ମାଫିଆ
ଖଣ୍ଡପଡ଼ା ବ୍ଲକ ବଡ଼ ବାଣପୁର ପଞ୍ଚାୟତର ନୃସିଂହ ପାଟଣା ଗ୍ରାମରଶତାଧୀକ ଜନସାଧାରଣଙ୍କ ଅଭିଯୋଗ
ଗତ କିଛି ମାସ ହେଲା କଉଡିଆପାଟ ମହାନଦୀ କୂଳରେ ଅବସ୍ଥିତ ଏହି ଜଳାଶୟ କୁ ସଂଯୋଗ କରୁଥିବା ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଜାଗା ମାଲିକ ମାନେ ରାସ୍ତା ଟିକୁ ନିଜ ଜମି ସହିତ ମିଶାଇ ଦେଇ ରାସ୍ତା ଶୂନ୍ୟ କରି ନିଜ ଅଧୀନରେ ରଖିବାକୁ ପ୍ରୟାସ କରିଛନ୍ତି। ଏହା ଦ୍ଵାରା ଜନସାଧାରଣ ଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସୁଚନା ଅନୁଯାୟୀ ବଡ଼ ବାଣପୁର ର ଏହି ୪ ଏକରୁ ଅଧିକ ନଦୀ କୂଳରେ ଅବସ୍ଥିତ ପଠା ଟି ନଦୀ ର ବଢ଼ି ଜଳ ମାଡିଆସି ବେଳାଭୂମି ରେ ପରିଣତ ହୋଇଛି। ନଦୀ ପାଣି ମାଡି ରହିଥିବାରୁ ଜନସାଧରଣ ଙ୍କ ନିତ୍ୟକର୍ମ ଓ ପିଇବା ପାଣିର ବ୍ୟବହାର କରାଯାଏ। ସେଥିପାଇଁ ସେ ସ୍ଥାନ କୁ ଯାତାୟତ କରିବା ପାଇଁ ପଞ୍ଚାୟତ ତତ୍ତ୍ୱାବଧାନରେ ରାସ୍ତା ନିର୍ମାଣ ହୋଇଥିଲା। ଏହା ର ଉଭୟ ପାଶ୍ୱର୍ରେ ବହୁ ମୂଲ୍ୟବାନ ଗଛ ରହିଥିଲା। କିନ୍ତୁ ବର୍ତ୍ତମାନ ସମୟରେ ସେହି ବଡ଼ ଗଛ ଗୁଡିକ କାଟି ନେଇ ରାସ୍ତା ଟି କୁ ସମ୍ପୂର୍ଣ୍ଣ ଭାବେ ଦୁଇ ଜମି ମାଲିକ ନିଜ ଜମି ସହିତ ମିଶାଇ ଦେଇ ଥିବାରୁ ଜନସାଧାରଣ ଙ୍କ ଯାତାୟାତ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏନେଇ ଗ୍ରାମବାସୀମାନେ ପ୍ରତିବାଦ କରିବା ସହିତ ଏକ
ଲିଖିତ ଅଭିଯୋଗ ଜଣାଇଛନ୍ତି ଅଭିଯୁକ୍ତ ଙ୍କ ନାମରେ କିନ୍ତୁ କଣ୍ଟିଲୋ ପୋଲିସ ଫାଣ୍ଡି ପକ୍ଷରୁ
କୋୖଣସି ପଦକ୍ଷେପ ନେଉନଥିବା ଯୋଗୁଁ ଗ୍ରାମବାସୀ
ଙ୍କ ମନରେ ବିଭ୍ରାନ୍ତିକର ସୃଷ୍ଟି ହୋଇ ଅଛି। ସୂଚନା ଅନୁସାରେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବଡ଼ ବାଣପୁର ପଞ୍ଚାୟତ ନୃସିଂହ ପାଟଣା ଗ୍ରାମର ଅଧିକାଂଶ ପରିବାରର ସେହି ସ୍ଥାନ ରୁ
ଜଳ କୁ ନୀତି ଦିନ ପିଇବା ପାଣି ପାଇଁ ବ୍ୟବହାର କରି ଥାଆନ୍ତି ଓ ଚାଷ କାମ ପାଇଁ ବ୍ୟବହାର କରାଯାଇଥାଏ। ବର୍ତ୍ତମାନ ଏହି ଦୁଇ ଜମି ମାଲିକ ନିଜ ଜମି ସହିତ ମିଶାଇ ଦେଇ ଥିବାରୁ ଜନସାଧାରଣ ଙ୍କ ଯିବା ଆସିବା କରିବାପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି। ସେହି ରାସ୍ତା ପାର୍ଶ୍ବରେ ଥିବା ବଡ଼ ବଡ଼ ଗଛ କାଟି ସଫା କରାଯାଇଛି ପଞ୍ଚାୟତ ତରଫରୁ କରାଯାଇଥିବା ନଦୀ କୂଳରେ ପାହଞ୍ଚ ଗୁଡିକ ଛୋଟ ଛୋଟଗଛ ଲତା ରେ ପରିପୂର୍ଣ ହେଇଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ମିଳିଥିବା ସୂଚନା ଅନୁଯାୟୀ ଖଣ୍ଡପଡ଼ା ବ୍ଲକ ବଡ଼ ବାଣପୁର ପଞ୍ଚାୟତ ନଦୀ ପଠା ରାସ୍ତା ଅବରୋଧ ହଟାଇବାକୁ ପୋଲିସ ଫାଣ୍ଡି ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଜବରଦଖଲ ଭଳି ଏକ ସଙ୍ଗିନୀ ଅଭିଯୋଗ କରିଛନ୍ତି ଏହାର ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିଛନ୍ତି। ଅଭିଯୁକ୍ତ ଦୁଇଜଣ କନେହୀ ସାମଲ ଓଗୁରୁବାରି ସାମଲ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମ ବାସି ସରକାର ଙ୍କ ପାଖରେ ଦାବି କରିଛନ୍ତି। ଏକ ପାଣି ଜୋର ଥିବା ଜାଗା ପଞ୍ଚାୟତ ଦଖଲରେ ଥିବା ଦୀର୍ଘ ବର୍ଷ ଧରି ରହି ଆସିଥିଲା। ଏପରି କି ସେ ଜାଗା ର ଚିହ୍ନଟ କରି ଜମି ଟି କୁ ଗ୍ରାମ ବାସି ଙ୍କୁ ପୂର୍ବ ପରି ଯାତାୟାତ କରିବାର ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଗ୍ରାମ ବାସି। ନ୍ୟାୟ ପାଇଁ କଣ୍ଟିଲୋ ଫାଣ୍ଡି ପୋଲିସ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ୪ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଗ୍ରାମ ବାସି ମାନେ ଫାଣ୍ଡି ଅଧିକାରୀ ଙ୍କ ପ୍ରତି କ୍ରିୟା ନେଇଥିଲେ ।ଏନେଇ ଫାଣ୍ଡି ଅଧିକାରୀ ସ୍ଵାଗତ କୁମାର ଦାସ କହିଛନ୍ତି ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ସହ ଜମିହଡପ କାରିଙ୍କୁ ଆଇନ୍ କାନୁନ୍ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ନୟାଗଡ଼ ଜିଲ୍ଲା ପ୍ରଶାସନ ତଥା ଖଣ୍ଡପଡ଼ା ତହସିଲଦାର ହସ୍ତକ୍ଷେପ କରି ଉକ୍ତ ଜମି ଟି କୁ ଜବରଦଖଲ କାରୀ ଠାରୁ ମୁକ୍ତ କରିବା ସହିତ ଗ୍ରାମ ବାସି ଙ୍କୁ ହସ୍ତ ଗତ କରାଯିବ ବୋଲି ଫାଣ୍ଡି ଅଧିକାରୀ କହିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
Post a Comment