BREAKING
Loading...
:

ଏସସିବି ରକ୍ତ ଭଣ୍ଡାର ପକ୍ଷର ଵିଶ୍ବ ରକ୍ତ ଦାତା ଦିବସ ଅବସର ରେ ଡାକ୍ତର, ରକ୍ତ ଦାତା, ଶିବିର ଆୟୋଜକ ଙ୍କୁ ସମ୍ବର୍ଦ୍ଧନା।

 ଏସସିବି ରକ୍ତ ଭଣ୍ଡାର ପକ୍ଷର ଵିଶ୍ବ ରକ୍ତ ଦାତା ଦିବସ ଅବସର ରେ ଡାକ୍ତର, ରକ୍ତ ଦାତା, ଶିବିର ଆୟୋଜକ ଙ୍କୁ ସମ୍ବର୍ଦ୍ଧନା।



ରକ୍ତ ସନ୍ଚାରଣ ବିଭାଗ ଓ ରକ୍ତ କେନ୍ଦ୍ର,କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ଓ ହସପିଟାଲ ତରଫରୁ ବିଶ୍ବ ରକ୍ତ ଦାତା ଦିବସ ପାଳନ।

***************************

ରକ୍ତ ଦାନ ଜୀବନ ଦାନ ସଚେତନତା ର ଆହ୍ବାନ ଦେଲେ କଟକ ବଡ଼ ମେଡ଼ିକାଲ ରକ୍ତ କେନ୍ଦ୍ର ର କର୍ମଚାରୀ ଗଣ ତଥା ଆଞ୍ଚଳିକ ଓ ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ଓ ଅନୁଷ୍ଠାନ।⁶

***************************

ବିଶ୍ବ ରକ୍ତ ଦାତା ଦିବସ ରେ ସମ୍ବର୍ଦ୍ଧିତ ହେଲେ ନିୟମିତ ରକ୍ତ ଦାତା ଡାକ୍ତର ନିରୋଜ ପୋଥାଳ,ସମାଜ ସେବୀ ଗଜେନ୍ଦ୍ର ଓ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ (କଟକ)

***************************ଏସ୍ ସିବି ରକ୍ତ ସନ୍ଚାରଣ ବିଭାଗ ଓ ରକ୍ତ ଭଣ୍ଡାର ପକ୍ଷରୁ ହେରିଟେଜ୍ ଓଡିଟୋରିଅମ ଠାରେ ବିଶ୍ଵ ରକ୍ତ ଦାତା ଦିବସ ପାଳନ ଅବସର ରେ ବିଭାଗୀୟ ମୁଖ୍ୟ ଡାକ୍ତର ପ୍ରୋଫେସର ସ୍ମିତା ମହାପାତ୍ର ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଟିତ ସମାବେଶରେ ମୁଖ୍ୟ ଅତିଥି ଭାବେ ଏସ୍ ସିବି ମେଡିକାଲ କଲେଜ ଓ ହସପିଟାଲ ର ଅଧ୍ୟକ୍ଷ ପ୍ରୋଫେସର ଡାକ୍ତର ଲୁସି ଦାସ, ସମ୍ମାନିତ ଅତିଥି ଭାବେ ଅଧୀକ୍ଷକ ପ୍ରୋଫେସର ଡାକ୍ତର ଗୌତମ ଶତପଥୀ, ମୁଖ୍ୟ ବକ୍ତା ଭାବେ ରକ୍ତ ସୁରକ୍ଷା ବିଭାଗ ଓ ଏସ୍ ସିବି,ଭୁବନେଶ୍ୱର ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ପାତ୍ର ଯୋଗ ଦେଇ ରକ୍ତ ଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।

      କାର୍ଯ୍ୟକ୍ରମ ରେ ପ୍ରୋଫେସର ଡାକ୍ତର ଜୟନ୍ତ ପଣ୍ଡା,ଆସୋସିଏଟ ପ୍ରୋଫେସର ଡାକ୍ତର ଦୀପକ ରଞ୍ଜନ ଦାସ, ପ୍ରଫେସର ଡାକ୍ତର କାଳୀ ପ୍ରଶନ୍ନ ସ୍ବାଇଁ, ପ୍ରୋଫେସର ଡାକ୍ତର ସୌମ୍ୟରଞ୍ଜନ ତ୍ରିପାଠୀ ଙ୍କୁ ସ୍ବେଛାକୃତ ରକ୍ତ ଦାନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବେଛାକୃତ ରକ୍ତ ଦାତା ଗଜେନ୍ଦ୍ର ସେନାପତି,ପ୍ଳେଟ୍ଲେଟ୍ ରକ୍ତ ଦାତା ଡାକ୍ତର ନିରୋଜ ପୋଥାଳ,ଶିବିର ଆୟୋଜକ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କୁ ମଧ୍ୟ ଏହି ଅବସର ରେ ସମ୍ମାନିତ କରା ଯାଇଥିଲା।କାର୍ଯ୍ୟକ୍ରମ ପରେ ଏକ ରକ୍ତଦାନ ସଚେତନତା ଶୋଭାଯାତ୍ରା ଏସ୍ସିଵି ପରିସର ରେ ପରିକ୍ରମା  କରି ଥିଲେ।ରକ୍ତ ସଂଚାରଣ ବିଭାଗର ସହଯୋଗୀ ପ୍ରୋଫେସର ଡାକ୍ତର ସୁସ୍ମିତା ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS