BREAKING
Loading...
:

ମଦ ପିଇ ଗାଡି ଚଳାଇବା ପଡିଲା ଯୁବକଙ୍କୁ ମହଙ୍ଗା

 ମଦ ପିଇ ଗାଡି ଚଳାଇବା ପଡିଲା ଯୁବକଙ୍କୁ ମହଙ୍ଗା l 



ଆର, ଉଦୟଗିରି (ମନୋଜ କୁମାର ପାଢୀ/ ୨୩/୬/- ମଦ ପିଇ ଗାଡି ଚଳାଇବା ପଡିଲା ଯୁବକଙ୍କୁ ମହଙ୍ଗା l ଅଡବା ଗାଁର ପୂର୍ଣଚନ୍ଦ୍ର ଦଳାଇ ନାମକ ଏକ ଯୁବକ ନିଜ ଶ୍ୱଶୁର ଘର ରାମଗିରି ଠାରୁ ନିଜ ସ୍ତ୍ରୀ ଓ ଦୁଇ ଛୁଆକୁ ନେଇ OD07R3039 ନମ୍ବରର ଏକ ମାରୁତି ଓମିନି ଗାଡିରେ ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁକୁ ଫେରୁଥିବା ବେଳେ ମୋହନା ଥାନା ଅନ୍ତର୍ଗତ ଲବାରସିଂ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ବୁଲାଣି ରେ ଏକ ମେକ୍ସପିକଅପକୁ ଧକ୍କା ଦେଇ ଦୁର୍ଘଟଣାଗସ୍ତ ହୋଇ ରାସ୍ତା କଡ଼ରେ ଥିବା  ଗଛକୁ ପିଟି ହୋଇଥିଲା l କିନ୍ତୁ ସୌଭାଗ୍ୟ ବଶତଃ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି l ଯୁବକ ଜଣକ ମଦ୍ୟପାନ କରି ଗାଡି ଚାଲିଥିବା ନେଇ ସୂଚନା ମିଳିଛି lତେବେ ଘଟଣା ସ୍ଥଳରେ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠୀ ପହଞ୍ଚି ଘଟଣାର ତଦନ୍ତ କରି ଗାଡିକୁ ଜବତ କରିବା ସହ ସମ୍ପୃକ୍ତ ଯୁବକ ବିରୋଧରେ ମଦ୍ୟପାନ କରି ଗାଡ଼ିଚଲାଇବା ନେଇ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ ବୋଲି କହିଛନ୍ତି l

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS