BREAKING
Loading...
:

ବସୁଧା ଯୋଜନା ରେ ଖୋଲା, ଖୋଲି ଅର୍ଥ ହଡ଼ପ ନେଇ ତୀବ୍ର ପ୍ରତିକ୍ରିୟା ।

 ବସୁଧା ଯୋଜନା ରେ ଖୋଲା, ଖୋଲି ଅର୍ଥ ହଡ଼ପ ନେଇ ତୀବ୍ର ପ୍ରତିକ୍ରିୟା ।



ବଲାଙ୍ଗୀର/ଟିଟିଲାଗଡ଼, ଟିଟିଲାଗଡ ବ୍ଳକ ଅନ୍ତର୍ଗତ ଶାଗୁନ ମୁଣ୍ଡା ଗ୍ରାମ ରେ  ଓଡ଼ିଶା ସରକାର ଙ୍କ ତରଫ ରୁ କାର୍ଯ୍ୟକାରି ହୋଇ ଥିବା ବସୁଧା ଯୋଜନାକୁ ନେଇ ଖୋଲା, ଖୋଲି ଦୁର୍ନୀତି କରି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ  ହୋଇଛି । ଅଭିଯୋଗ ଅନୁଯାୟୀ   ବଲାଙ୍ଗୀର ଜିଲ୍ଲା ଲୁଥର ବନ୍ଦ ଗ୍ରାମ ପଞ୍ଚାୟତ ଅଧିନସ୍ତ ଶାଗୁନମୁଣ୍ଡା  ଗ୍ରାମ ରେ ବସୁଧା  ଯୋଜନାର କାମ  ଅସମ୍ପୂର୍ଣ୍ଣ ଓ ନିମ୍ନମାନର କରା ଯାଇଥିବା ଯୋଗୁଁ ଜଳ ସଂଯୋଗ ବ୍ୟବସ୍ଥା ଥାଇ ସୁଦ୍ଧା ପାନୀୟ ଜଳ ଯୋଗାଣ ସମ୍ଭବ ପର ହୋଇ ପାରିନି । ବିଭାଗୀୟ ଅଧିକାରୀ ଓ ଠିକାଦାର ,ଯନ୍ତ୍ରୀ ସମସ୍ତେ ମିଶି ତରବରିଆ ଭାବରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କ୍ରମେ ଗ୍ରାମବାସୀ ମାନଙ୍କୁ ପାନୀୟ ଜଳ ଯୋଗାଣ ଆରମ୍ଭ ଦର୍ଶାଇ ସରକାର ଅର୍ଥ ପାନୀୟ ଜଳ ଯୋଗାଣ ସହ ପାଇପ ସଂଯୋଗ ଓ ପାନୀୟ ଜଳ ସଂରକ୍ଷଣ ନିମନ୍ତେ ଓଭର ହେଡ଼ ଟ୍ୟାଙ୍କର ନିର୍ମାଣ କାର୍ଯ୍ୟ ନିମନ୍ତେ ସରକାରୀ ଙ୍କ ଲକ୍ଷାଧିକ ଟଙ୍କା ଖୋଲା, ଖୋଲି ହଡ଼ପ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ବର୍ଷ ଧରି ଏହି ଗ୍ରାମବାସୀ  ବିଶୁଦ୍ଧ ପାନୀୟ ଜଳ ଟ୍ୟାଙ୍କର ଯୋଗେ କିଣି ବ୍ୟବହାର କରିବାକୁ ବାଧ୍ୟ ହୋଇ ଆସୁଥିବା ଜଣା ଯାଇଛି । ଦୁଇ ରୁ ତିନି କି, ମି, ଦୂର ଯାଇ ବାଲି ଚୂଅ ରୁ ପାନୀୟ ଜଳ ସଂଗ୍ରହ କରି ଆଣି ବ୍ୟବହାର କରି ଥାଆନ୍ତି ଗ୍ରାମବାସୀ ।   ଏହି ଗ୍ରାମ ର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ  ରେ କେବଳ ନାମ ଫଳକ ଦର୍ଶାଇ ଦେଇ କାର୍ଯ୍ୟ ଶେଷ ହୋଇଛି ତଥା ଉକ୍ତ ସୂଚନା କ୍ରମେ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଥିବା ଦର୍ଷା ଯାଇଛି । ଅସମ୍ପୂର୍ଣ୍ଣ କାର୍ଯ୍ୟ ହୋଇଥିବା  ସହ ନିର୍ମିତ  ଟାଙ୍କି ରେ  ପାଣି ରହିବା ଭଳି ବ୍ୟବସ୍ଥା  ସହ ପାଇପ ସଂଯୋଗ ବ୍ୟବସ୍ଥା ସମ୍ପୂର୍ଣ ହୋଇ ପାରି ନାହିଁ । ହେଲେ ସରକାରୀ ଭାବେ ତ୍ରୁଟି ପୂର୍ଣ୍ଣ ତଥ୍ୟ ଜାଣି ଶୁଣି ପ୍ରକାଶ କରାଯାଇଛି । ସରକାରୀ ଅର୍ଥ ଆତ୍ମସାତ କରି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ଫଳରେ ଗ୍ରୀଷ୍ମ ଋତୁରେ ଜଳ ସଂକଟ ସମସ୍ୟା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲାଗି ରହିବା ସହ ଏହି ଚିରା, ଚରିତ ଜଳ ସମସ୍ୟା ର ସମାଧାନ ହୋଇ ନ ପାରି ଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । 

ଗ୍ରାମବାସୀ ପାଣି ପାଇଁ ନଳକୂପ ଉପରେ ନିର୍ଭର କରି ଥିବା ଗୋଟିଏ ମାତ୍ର ନଳ କୂପ ରେ ଭିଡ ଲଗେଇ ଥାଆନ୍ତି  । ବସୁଧା ଯୋଜନା ଆଳରେ ଏହି ବଲାଙ୍ଗୀର ଜିଲ୍ଲା ରେ ବ୍ୟାପକ ଅନିୟମିତତା କରାଯାଉଥିବା ଲିଖିତ ଅଭିଯୋଗ ହୋଇଛି,ଏ ଦିଗରେ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ହୋଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS