BREAKING
Loading...
:

ବିଧାୟକ ଦ୍ଵାରା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

 ବିଧାୟକ ଦ୍ଵାରା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ 

ଭାପୁର (ବିଭୂତି ମହାପାତ୍ର) ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଟିକିରିପଡ଼ା ଗ୍ରାମ ଠାରେ ଅବସ୍ଥିତ ବାଲୁଙ୍କେଶ୍ୱର ଦେବ ଆଞ୍ଚଳିକ ଡ଼ିଗ୍ରୀ କଲେଜ ପରିସରରେ ସୋମବାର ଦିନ ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ କରକମଳରେ ମହାବିଦ୍ୟାଳୟ ମୁଖ୍ୟ ଫାଟକ ର ଭିତ୍ତିପ୍ରସ୍ତର ସ୍ଥାପନ ଓ କଲେଜ କ୍ୟାମ୍ପସ ପରିସରରେ ଏକ ସ୍ଵଚ୍ଛ ପାନୀୟ ଜଳ ପ୍ରକଳ୍ପର (ଅକ୍ୱାଗାର୍ଡ) ଶୁଭ ଉଦ୍ଘାଟନ ହୋଇଯାଇଛି।  ଆୟୋଜିତ ସଭାରେ ବିଧାୟକ ଶ୍ରୀ ସ୍ୱାଇଁ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କେତେକ ଉପାଦେୟ ଉପଦେଶ ଦେବା ସହ ମହାବିଦ୍ୟାଳୟର  ଅଧ୍ୟକ୍ଷ ଡ଼. ସାରଙ୍ଗଧର କର, ବରିଷ୍ଠ କିରାଣୀ ଅଖିଳ ବିହାରୀ ନାୟକ ଓ ସେବା ନିବୃତ ସହ କର୍ମଚାରୀ ନିତ୍ୟାନନ୍ଦ ଜେନାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସେମାନଙ୍କ ନିରାମୟ ଜୀବନ କାମନା କରିଥିଲେ। ଏହି ଅବସରରେ  ସାଂସଦଙ୍କ ନୟାଗଡ଼ ଜିଲ୍ଲା ପ୍ରତିନିଧି ଗୟାଧର ପରିଡା, କେନ୍ଦୁପଲ୍ଲୀ ପଞ୍ଚାୟତ ସମିତି ସଭ୍ୟ ଦୀପକ କୁମାର ଜେନା , ମହାବିଦ୍ୟାଳୟର  ଅଧ୍ୟାପକ, ଅଧ୍ୟାପିକା,  ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS