ବୃଦ୍ଧ ଦମ୍ପତି ଠାରୁ ଲୁଟି ନେଲେ ସୁନା ଅଳଙ୍କାର
ବୃଦ୍ଧ ଦମ୍ପତି ଠାରୁ ଲୁଟି ନେଲେ ସୁନା ଅଳଙ୍କାର। ଏପରି ଏକ ଘଟଣା ଘଟିଛି ବ୍ରହ୍ମପୁର ବଡ଼ ମେଡିକାଲ ରେ। ଗଜପତି ଜିଲ୍ଲା ମହେନ୍ଦ୍ରଗଡ ବୃଦ୍ଧ ଦମ୍ପତି ଜରିଆ ସାହୁ ଓ ତାଙ୍କର ପତ୍ନୀ ଶଶି ସାହୁ ବ୍ରହ୍ମପୁର ବଡ଼ ମେଡିକାଲ ଆସିଥିଲେ । ସେ ଟିକେଟ କାଟିବା ପରେ ସେ ଡାକ୍ତରଙ୍କୁ ଦେଖାଇବା ପାଇଁ ଅପେକ୍ଷା କରିଥିଲେ । ସେହି ସମୟରେ ଜଣେ ଅଜଣା ବ୍ୟକ୍ତି ତାଙ୍କ ନିକଟକୁ ଆସି ତାଙ୍କୁ ସାହାଯ୍ୟ କରିବି କହି ସେମାନଙ୍କୁ ନେଇଥିଲେ । ରକ୍ତ ପରୀକ୍ଷା କରିବା ପାଇଁ ବାହାନାରେ କରି ବୃଦ୍ଧା ଙ୍କ କାନଫୁଲ , ଝିକା ଓ ପତ୍ରି ମାଳି ଲୁଟି ନେଇ ଫେରାର ହୋଇଯାଇଥିଲେ । ବୃଦ୍ଧା ଜଣକ ସେଠାରେ ଅଚେତ୍ ହୋଇପଡ଼ିଥିବା ବେଳେ ତାଙ୍କୁ ସେଠାରେ କିଛି ଲୋକ ମାନେ ଉଦ୍ଧାର କରିଥିଲେ । ଏନେଇ ବୈଦ୍ୟନାଥପୁରୁ ଥାନାରେ ଅଭିଯୋଗ ହୋଇଥିବା ଜଣା ପଡ଼ିଛି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
Post a Comment