BREAKING
Loading...
:

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨ ବର୍ଷ ୯ ମାସର ଶିଶୁ

 ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଲେ ୨ ବର୍ଷ ୯ ମାସର ଶିଶୁ



ଖଣ୍ଡପଡ଼ା,୧୭/୬(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଵ୍ଲକ ଅନ୍ତର୍ଗତ ବନମାଳୀପୁର ଗ୍ରାମର ବିଜୟ କୁମାର ସାହୁଙ୍କ ଦୁଇବର୍ଷ ନଅ ମାସର ଝିଅ ଦିବ୍ୟାଶୀଂ ସାହୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇଛନ୍ତି। ଛୋଟ ଵୟସରେ ବିନା ତାଲିମରେ ଇଂଲିଶ ବର୍ଣ୍ଣମାଳାର ୨୬ ଗୋଟି ଅକ୍ଷର ଚିହ୍ନିବା ସହ ୮ଟି ଗ୍ରହର ନାମ କହି ସମସ୍ତଙ୍କୁ ଚକିତ କରିଛନ୍ତି।ତାଙ୍କର ବିସ୍ମୟ କାର୍ଯ୍ୟ ପରିବାର ତଥା ଅଞ୍ଚଳ ପାଇଁ ଗୈାରବ ଆଣିଛି। ସୂଚନା ଅନୁଯାୟୀ, ଦିବ୍ୟାଶୀଂ ଅଗଷ୍ଟ ୨୦୨୨ରେ ଜନ୍ମ ଗ୍ରହଣ କରିଥିଲେ। ସେ  ଅନେକ ସମୟରେ ଚମତ୍କାର କାର୍ଯ୍ୟକଳାପ ଦେଖାଉଥିଲେ। ଏହାକୁ ଦୃଷ୍ଟିରେ ରଖି ପରିବାର ଲୋକେ ପ୍ରତିବର୍ଷ ହେଉଥିବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପ୍ରତିଯୋଗୀତାକୁ ଦିବ୍ୟାଶୀଂଙ୍କ ବିଭିନ୍ନ କ୍ଷେତ୍ରରେ ପ୍ରଦର୍ଶନ କରୁଥିବା କାର୍ଯ୍ୟକଳାପକୁ ଭିଡିଓ ରେକର୍ଡ କରି ପଠାଇଥିଲେ। ଏହାକୁ ଯାଞ୍ଚ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ (ଆଇଵିଆର୍) ଦିବ୍ୟାଶୀଂଙ୍କୁ 'ଆଇବିଆର ଆଚିବର' ଭାବେ ଚୟନ କରି ସାର୍ଟିଫିକେଟ ପ୍ରଦାନ କରିଛି। ମାତ୍ର ୨ ବର୍ଷ ୯ ମାସ ଵୟସରେ ଦିବ୍ୟାଶୀଂ ଇଂରାଜୀ ବର୍ଣ୍ଣମାଳାର ୨୬ଟି ଅକ୍ଷରକୁ ବିନା ତାଲିମରେ କହି ପାରିବା ସହିତ, ୧୨ ପ୍ରକାରର ଆକୃତି, ୧୨ ମାସର ନାମ, ୭ ଦିନର ନାମ, ୮ ଟି ଗ୍ରହର ନାମ, ୬ଟି ଋତୁର ନାମ, ଶରୀରର ୨୪ ଟି ଅଙ୍ଗର ନାମ କହିପାରୁଛନ୍ତି। ଏହିପରି ୧୬ ଟି ବିଭିନ୍ନ ବିଷୟରେ ଦିବ୍ୟାଶୀଂ କହିପାରିବା ଏବଂ ଚିହ୍ନି ପାରୁଥିବାରୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ପ୍ରଦାନ କରିଥିବା ସାର୍ଟିଫିକେଟରେ ଦର୍ଶାଯାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS