ବିଜେପି ଆଦିବାସୀ ମୋର୍ଚ୍ଚା ତରଫରୁ ଭଗବାନ ବିର୍ସାମୁଣ୍ଡାଙ୍କ ୧୨୫ତମ ତିରୋଧାନ ଦିବସ ପାଳିତ
ରାଇରଙ୍ଗପୁର (ମଣିଭଦ୍ରା ଖବର ) ସମାଜରେ ଯେତେବେଳେ ଅନ୍ୟାୟ, ଅତ୍ୟାଚାର, ଅରାଜକତା ଓ ବ୍ୟଭିଚାରର ବୃଦ୍ଧି ପାଏ, ଏହା ବିରୋଧରେ ସଂଗ୍ରାମ ପାଇଁ ସ୍ୱୟଂ ଭଗବାନ ମନୁଷ୍ୟ ରୂପରେ ଜନ୍ମ ନେଇଥାନ୍ତି । ସେହି ମାନବୀ ରୂପୀ ଭଗବାନଙ୍କ ମଧ୍ୟରେ ସଂଗ୍ରାମୀ ବିର୍ସା ମୁଣ୍ଡା ଅନ୍ୟତମ। ପରାଧୀନ ଭାରତକୁ ଇଂରେଜ ସରକାରଙ୍କ ଅନ୍ୟାୟ, ଅତ୍ୟାଚାର ଓ ଶୋଷଣରୁ ମୁକ୍ତ କରିବା ପାଇଁ ସଂଗ୍ରାମର ନେତୃତ୍ବ ନେଇଥିଲେ । ଭାରତୀୟ ଜନତା ପାର୍ଟି ସବୁବେଳେ ଆଦିବାସୀଙ୍କୁ ସମ୍ମାନ ଦେଇ ଆସିଛି, ଭବିଷ୍ୟତରେ ମଧ୍ୟରେ ସମ୍ମାନ ଦେବ । ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ତିଥି ୨୦୦୦ ମସିହାରେ ସ୍ଵତନ୍ତ୍ର ଝାରଖଣ୍ଡ ପ୍ରଦେଶ ଗଠନ, ମହାମହିମ ରାଷ୍ଟ୍ରପତି ପଦବୀରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆସାନ କରାଇ ବିଜେପି ଆଦିବାସୀଙ୍କୁ ପ୍ରକୃତ ସମ୍ମାନ ଦେଇଛି। ସେହିପରି ୨୦୨୩ ମସିହାରୁ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ସମଗ୍ର ଦେଶରେ ସରକାରଙ୍କ ତରଫରୁ ଆଦିବାସୀ ଗୌରବ ଦିବସ ରୂପେ ପାଳନ କରାଯାଉଛି ବୋଲି ବିଜେପି ଆଦିବାସୀ ମୋ ତରଫରୁ ରାଇରଙ୍ଗପୁରସ୍ଥିତ ଟାଉନ୍ ହଲ୍ଠାରେ ଆୟାଜିତ ବିର୍ସା ମୁଣ୍ଡାଙ୍କ ୧୨୫ତମ ତିରୋଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ, କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଉପରୋକ୍ତ ମତ ଦେଇଛନ୍ତି । ମୁଖ୍ୟବକ୍ତା ରୂପେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ଯୋଗଦେଇ ରାଷ୍ଟ୍ରର ପିତା ଯଦି ମହାତ୍ମା ଗାନ୍ଧିଙ୍କୁ କୁହାଗଲେ, ବିର୍ସା ମୁଣ୍ଡାଙ୍କୁ 'ଜଗତର ପିତା' ବୋଲି କହିଥିଲେ । ବିଜେପି
ଆଦିବାସୀ ମୋର୍ଚ୍ଚା ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପସଭାପତି ଗୁରୁବା ମୂର୍ମୁଙ୍କ ସଭାପତିତ୍ରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଭାଇରଙ୍ଗପୁର ବିଧାୟକ କଲେନ୍ ନାଏକ. ସାରସକଣା ବିଧାୟକ ଭାଦବ ହାଁସଦଃ, ରରୂଆଁ ବ୍ଲକ୍ ଚେୟାରମ୍ୟାନ୍ ଅଜିତ୍ କୁମାର ତିରିଆ, ବିଜେପି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ଜୁରୀଲାଲ୍ ମହାନ୍ତ, ବିଜେପି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ, ଆଦିବାସୀ ମୋର୍ଚ୍ଚା ପୂର୍ବତନ ଜିଲ୍ଲା ସଭାପତି ବିର୍ସା କଣ୍ଡାକେଲ, ଜାମଦା ବ୍ଲକର ପୂର୍ବତନ ଅଧ୍ୟକ୍ଷା ତଥା ପାସନା ସରପଞ୍ଚ ମାଳତୀ ଆଲଡ଼ା, ବିଜେପି ଆଦିବାସୀ ମୋର୍ଚ୍ଚା ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପସଭାପତି ଡମାନ ମୁର୍ମୁ, ନାରୀନେତ୍ରୀ ନିରୂପମା ସୋରେନ୍, ଆଦିବାସୀ ମୋର୍ଚାର ରାଜ୍ୟ ସାଧାରଣ ସମ୍ପାଦକ ଇଂ. ରାମଚନ୍ଦ୍ର ହାସଦଃ ଓ ବିଜେପି ଆଦିବାସୀ ମୋର୍ଚ୍ଚା ରାଜ୍ଯ କାର୍ଯ୍ଯକାରିଣୀ ସଦସ୍ଯ ଖେଲାରାମ ହାଁସଦାଃ ପ୍ରମୁଖ ବିର୍ସା ମୁଣ୍ଡାଙ୍କ ବଳିଦାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରିଶେଷରେ ଏହି ଭବ୍ଯ ସଭାକୁ ଜିଲ୍ଲା ସାଧାରଣ ସମ୍ପାଦକ ବିଜେପି ଆଦିବାସୀ ମୋର୍ଚ୍ଚା ଫାଗୁରାମ ମାରାଣ୍ଡି ଧନ୍ଯବାଦ ଅର୍ପଣ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق